ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ସରପଞ୍ଚ ମାନଙ୍କୁ ଅଣଦେଖା

ବନ୍ତ,(ଚାନ୍ଦିନୀ ମହାନ୍ତି) : ସାରା ରାଜ୍ୟରେ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ପୁରପଲ୍ଲୀରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଓଡିଆ ଭାଷା ସାହିତ୍ୟର ବିକାଶ ଓ ପରିପ୍ରକାଶ ପାଇଁ ସମସ୍ତଙ୍କର ଆନ୍ତରିକତାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହା ଆଡମ୍ବର ସହକାରେ ପାଳିତ ହୋଇଥିବାର ଦେଖାଯାଇଛି । ବନ୍ତ ବ୍ଲକ ପ୍ରଶାସନ ଉକ୍ତ କାର୍ଯ୍ୟକ୍ରମକୁ ଆନ୍ତରିକତାର ସହ କରିବାକୁ ଚାହୁଁଥିଲେ ମଧ୍ୟ କେତେକ ଅସାଧୁ ଦୁର୍ନୀତିଖୋର କର୍ମଚାରୀ ଓ କୁଜି ନେତାଙ୍କ ପାଇଁ ତାହା ପ୍ରହସନରେ ପରିଣତ ହେବାକୁ ଯାଉଛି । ଏଭଳି କେତେକ କାର୍ଯ୍ୟକ୍ରମରୁ ଦେଖିବାକୁ ମିଳିଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରରେ ଲୋକ ପ୍ରତିନିଧି ମାନେ ସଫଳ ଭାବରେ କାର୍ଯ୍ୟ କରିବା କଥା । କିନ୍ତୁ କେତେକ ଯୋଜନାର ଅର୍ଥକୁ ବ୍ଲକ ପ୍ରଶାସନ ନିଜ ଅକ୍ତିଆରରେ ରଖି ପଞ୍ଚାୟତ ସ୍ତରରେ ହେଉଥିବା କାର୍ଯ୍ୟକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହସ୍ତରେ ନ୍ୟସ୍ତ କରି ଉକ୍ତ ଯୋଜନା ଗୁଡିକର ଅର୍ଥକୁ ହରିଲୁଟ କରିବାକୁ ଉଦ୍ୟମ କରାଯାଉଛି । ଏପରିକି ଆଜିର କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ପାଳନ କରାଯିବା ପାଇଁ ପ୍ରଚାର ଓ ପ୍ରସାର କରାଯାଇ ଥିଲେ ମଧ୍ୟ ପଞ୍ଚାୟତର ମେରୁଦଣ୍ଡ ତଥା ମୁଖ୍ୟ ସରପଞ୍ଚଙ୍କୁ ଅଦ୍ୟାବଧି କୌଣସି ସୂଚନା ଚିଠି ମାଧ୍ୟମରେ ଜଣା ଯାଇନାହିଁ । ବ୍ଲକ ପ୍ରଶାସନ କେଉଁ ମାନଙ୍କ ଚାପରେ କଣ ଉଦ୍ଦେଶ୍ୟ ରଖି ସରପଞ୍ଚ ମାନଙ୍କୁ ନଜଣାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସିଧାସଳଖ ଦାୟୀତ୍ୱ ଦେଇ କରିବାକୁ ନିର୍ଦ୍ଦେଶ ଦେବା ଏକ ଦୁଃଖଦ ଓ ଏକଛତ୍ରବାଦର ଲକ୍ଷଣ ବୋଲି ଚାରିଆଡେ ଆଲୋଚନା ହେଉଛି । ଉକ୍ତ କାର୍ଯ୍ୟକ୍ରମ ସହ କେତେକ କାର୍ଯ୍ୟକ୍ରମ ସିଧାସଳଖ ସରପଞ୍ଚ ମାନଙ୍କୁ ନଜଣାଇ ନିର୍ଦ୍ଦିଷ୍ଟ ଦଳୀୟ ଭିତ୍ତିରେ କାର୍ଯ୍ୟ କରିବାକୁ ବହୁ ବୁଦ୍ଧିଜୀବି ଓ ସରପଞ୍ଚ ମାନେ ନାପସନ୍ଦ କରିଛନ୍ତି । ଫଳରେ ସରକାରୀଙ୍କର ଜନହିତକର କାର୍ଯ୍ୟକ୍ରମ ଗୁଡିକର ସଫଳତା ଲୋକଙ୍କ ପାଖରେ ପହଞ୍ôଚ ପାରିବ ନାହିଁ । ଏବଂ ଏହା ଦୁର୍ନୀତିକୁ ପରୋକ୍ଷରେ ପ୍ରେତ୍ସାହନ ଯୋଗାଇବ ବୋଲି ମତ ପ୍ରକାଶ ପାଇଛି । ଏନେଇ ୨୫ ପଞ୍ଚାୟତର ସରପଞ୍ଚ ମାନଙ୍କ ମନରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ