ବନ୍ତ ବ୍ଲକରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ବନ୍ତ,(ଚାନ୍ଦିନୀ ମହାନ୍ତି) :ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରଦୀପ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଏବିଡ଼ିଓ ନିଶିକାନ୍ତ ଖଣ୍ଟିଆ, ଜିଲାପରଷଦ ସଭାପତି ପ୍ରଫୁଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ ,ବ୍ଲକ ସାସ୍କୃତିକ ମଂଚ ଉପ ସଭାପତି ନବ କୁମାର ଲେଙ୍କା, ଜିପିଓ ନିଶାକର ଖୁଣ୍ଟିଆ ଯୋଗ ଦେଇ ଭାଷା ହିଁ ପ୍ରଗତିର ଶ୍ରେଷ୍ଠ ସଂପଦ । ଭାଷାର ଉନ୍ନତି ନହେଲେ ଜାତୀୟ ଉନ୍ନତି ଅସମ୍ଭବ । ଏହାକୁ ଗୁରୁତର ସହ ଚିନ୍ତା କରି ଏହାକୁ ବିଶ୍ୱ ଦରବାରରେ ସ୍ଥାନୀତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଉକ୍ତ ଅ ଂଚଳର ସାହିତ୍ୟିକ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ତ ବ୍ଲକ ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ରଜନୀ ସେଠୀ, ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ତଥା ପାଲା ଗାୟକ କଳାକାର ମିଶ୍ର, ସମାଜସେବୀ ଧନେଶ୍ୱର ଖିଲାର, ପଦ୍ମନାଭ ନାୟକ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ବାରିକ, ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି, ଭାଗବତ ସାହୁ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ସୁଶାନ୍ତ କୁମାର ସାହୁ, ନିଳକଣ୍ଠ ମିଶ୍ର, ବାଇଧର ରାଜ, ପର୍ଶୁରାମ ବାରିକ, ଭାଗବତ ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ସେହିପରି ଟିଲୋ ପଞ୍ଚାୟତ ସଭା ଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟର ଜଣେ ସୁଲେଖକ ତଥା ନାଟ୍ୟକାର, ସ୍ତମ୍ଭକାର ରମେଶ ଚନ୍ଦ୍ର ବେହୁରା, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା କବୟତ୍ରୀ ମିନତୀ ସାହୁ, ଅବସରପ୍ରାପ୍ତ ସେନା କର୍ମଚାରୀ ନିରଂଜନ ମଲ୍ଲିକଙ୍କୁ ଭାଷା ସାହିତ୍ୟକୁ ବଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ବନ୍ଦେ ଉତ୍କଳ ସଂଗୀତ ଗାନ ସହ ଓଡିଶାର ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ୱାର୍ଡ ସଭ୍ୟ ସୁଧାକର କଅଁର, ପୂର୍ଣ୍ଣ ଚନ୍ଦ୍ର ବାରିକ, ଅଜିତ୍ ପଢିଆରୀ, ଶ୍ୟାମ ସୁନ୍ଦର ଦାଶ, ଯମୁନା ସାହୁ, ସୁବାସିନୀ ସେଠୀ, ପ୍ରଫୁଲ୍ଲ ପଣ୍ଡା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଯୁବକ, ଛାତ୍ର, ମହିଳା, କଳାକାର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ