ଚକ୍ରବ୍ୟୁହରେ ପୁରୁଷ

ସୁବାସ କୁମାର ତାରଣିଆଁ

ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ହୋଇଥିଲେ ମଧ୍ୟ ନାରୀ ଅବଳା, ଦୁର୍ବଳା ବୋଲି ଆମ ସମାଜରେ ପ୍ରଚଳିତ ରହିଆସିଛି । ସମାଜରେ ପ୍ରତି ମୁହୂର୍ତ୍ତରେ ମହିଳାମାନେ ପୁରୁଷମାନଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଅବହେଳାର ଶିକାର ହୋଇ ଆସୁଛନ୍ତି ବୋଲି ବାରମ୍ବାର ଦାବି ହେବା ଫଳରେ ଏହାକୁ ରୋକିବା ପାଇଁ ମହିଳା ସଶକ୍ତିକରଣ ଓ ମହିଳା କମିଶନ ଗଠନ ହୋଇଛି । ଏହା ନାରୀ ନିର୍ଯ୍ୟାତନାକୁ ରୋକିବା ଏବଂ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା, ସେମାନଙ୍କୁ ଆତ୍ମସମ୍ମାନ ଓ ସ୍ୱାଭିମାନର ସହ ବଞ୍ôଚବା ପାଇଁ ପ୍ରେରଣା ଯୋଗାଇ ଆସଛିି । ଏଥିପାଇଁ ରାଜ୍ୟ ସରାକର ମଧ୍ୟ ପୂର୍ଣ୍ଣମାତ୍ରାରେ ସହଯୋଗର ହାତ ବଢାଇ ଆସିଛନ୍ତି । ଅନେକ ସାମାଜିକ ଅନୁଷ୍ଠାନ, ବ୍ୟକ୍ତିବିଶେଷ ମହିଳାମାନଙ୍କ ସାମାଜିକ, ରାଜନୈତିକ, ପାରିବାରିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ଯାହା ଦେଶ ତଥା ରାଜ୍ୟ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ଏହି ଆଇନ୍‌ର ଗଳାବାଟ ଅତିକ୍ରମ କରି ମହିଳାମାନେ ପୁରୁଷମାନଙ୍କ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର କରିବାକୁ ପଛାଉ ନାହାଁନ୍ତି । ଫଳରେ ମହିଳାମାନଙ୍କ ପରି ପୁରୁଷମାନେ ଏବେ ନିର୍ଯ୍ୟାତନାର ଶିକାର ହୋଇଚାଲିଛନ୍ତି । ଯାହାର ଅନେକ ଘଟଣା ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିପାରିଛି ।
ଦାମ୍ପତ୍ୟ ଜୀବନରେ ମହିଳାମାନଙ୍କ ପରି ପୁରୁଷମାନେ ମଧ୍ୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ବିବାହିତ ପୁରୁଷମାନେ ଘରୋଇ ହିଂସାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ପୁରୁଷମାନଙ୍କ ଅଭିଯୋଗ ଶୁଣିବାକୁ କୌଣସି ବ୍ୟବସ୍ଥା ନାହିଁ କି କୌଣସି ସଂଗଠନ ତିଆରି ହୋଇନାହିଁ । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ୨୦୨୧ ମସିହା ତଥ୍ୟ ଅନୁଯାୟୀ ୩୩୨ ପ୍ରତିଶତ ପୁରୁଷ ପାରିବାରିକ ହିଂସା ଯୋଗୁ ମୃତ୍ୟୁବରଣ କରୁଛନ୍ତି । ସେଥିମଧ୍ୟରୁ ୪୮ ପ୍ରତିଶତ ଦାମ୍ପତ୍ୟ ଜୀବନରେ ହିଂସାର ଶିକାର ହୋଇ ମୃତ୍ୟୁବରଣ କରୁଥିବା ବେଳେ ଚଳିତବର୍ଷ ୧ ଲକ୍ଷ ୧୮ ହଜାର ୯୭୯ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି ଯାହାକି ୭୨ ପ୍ରତିଶତ ଅଟେ । ସେହିପରି ୪୫ ହଜାର ୨୬ ମହିଳା ଆତ୍ମହତ୍ୟା କରିଛନ୍ତି ଯାହାକି ୨୭ ପ୍ରତିଶତ ଅଟେ । ଏହାକୁ ଅନୁଧ୍ୟାନ କଲେ ମହିଳାଙ୍କ ମୃତ୍ୟୁ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ । ତେଣୁ ମହିଳାଙ୍କ ଠାରୁ ପୁରୁଷମାନେ ଯେ ଅଧିକ ନିର୍ଯର୍୍ୟାତନାର ଶିକାର ହେଉଛନ୍ତ, ଏହାକୁ ମାନିନେବାକୁ ହେବ । ଏଥିଲାଗି ଜାତୀୟ ପୁରୁଷ କମିଶନ ଗଠନ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଏହାକୁ ସୁପ୍ରମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏହାର ପିଟିସନ ଉପରେ ଶୁଣାଣି କରି ଖଣ୍ଡପୀଠ କହିଥିଲେ ଯେ, ପୁରୁଷମାନଙ୍କ କ୍ଷେତ୍ରରେ ହେଉଥିବା ଘରୋଇ ହିଂସାର ଯେ ପ୍ରତିକାର ନାହିଁ ତାହା ନୁହେଁ, ଆଇନରେ ଏହାକୁ ରୋକିବା ପାଇଁ ଅନେକ ବ୍ୟବସ୍ଥା ରହିଛି, ତେଣୁ ଜାତୀୟ ପୁରୁଷ କମିଶନ ଗଠନର କୌଣସି ଆବଶ୍ୟକତା ନାହିଁ ।
୨୦୨୦ ମସିହା ମାର୍ଚ୍ଚ ମାସରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବା ସମୟରେ ରାଜମହଲ ଛକରେ ମାସ୍କ ଚେକିଂ ଚାଲିଥିଲା । ଜଣେ ଯୁବକ ମାସ୍କ ପିନ୍ଧିନଥିବାରୁ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ କର୍ମଚାରୀମାନେ ଯୁବକଙ୍କୁ ଅଟକାଇଥିଲେ । ଯୁବକଜଣକ ହେଲ୍‌ମେଟ ପିନ୍ଧିଥିଲେ, ଗାଡ଼ି କାଗଜପତ୍ର ଦେଖାଇଥିଲେ ଏବଂ ଏକ ଜରୁରୀ କାମରେ ଡ଼ାକ୍ତରଖାନା ଯାଉଥିବାରୁ ଭୁଲ୍‌ବଶତଃ ମାସ୍କ ପିନ୍ଧିବାକୁ ଭୁଲିଯାଇଥିଲେ ବୋଲି ଅନୁରୋଧ କରିଥିଲେ ମଧ୍ୟ ଟ୍ରାଫିକ୍ କର୍ମଚାରୀ ଯୁବକଜଣଙ୍କ ଗାରିରୁ ଚାବି କାଢିନେଇ ଜୋରିମାନା ଦେବାକୁ ବାଧ୍ୟ କରୁଥିବା ସମୟରେ ଜଣେ ମହିଳା ବିନା ହେଲମେଟରେ ଓ ବିନା ମାସ୍କରେ ଏବଂ ଭୁଲ୍ ରାସ୍ତା ଦେଇ ଅଫିସ୍ ଯାଉଥିବା ସମୟରେ ଟ୍ରାଫିକ୍ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଏଇ ପାଖରେ ମୋର ଅଫିସ୍ ତେଣୁ ଏହି ରାସ୍ତା ଦେଇ ଅଫିସ୍ ଯାଉଛି ବୋଲି ମହିଳାଜଣଙ୍କ କହିଥିଲେ । ତେବେ ମାସ୍କ ପିନ୍ଧିନଥିବାରୁ ଜୋରିମାନା ଦେବାକୁ ପଡ଼ିବ କହିବାରୁ ମହିଳାଜଣକ ଜୋରିମାନା ଦେବା ବଦଳରେ ଟ୍ରାଫିକ୍ କର୍ମଚାରୀଙ୍କ ଉପରେ ରାଗିଯାଇ ବହେ ଗାଳି ଗୁଲଜ କରିଥିଲେ । ସେ ଯୁକ୍ତି କରିଥିଲେ ଯେ, ମୁଁ ହେଲ୍‌ମେଟ ପିନ୍ଧିବିନି, ମାସ୍କ ବ୍ୟବହାର କରିବିନି, ଯଦି କିଛି କ୍ଷତି ହୁଏ ତେବେ ମୋର ହେବ, ତମର ଯାଏ କେତେ ଆସେ କେତେ କହି ଟ୍ରାଫିକ୍ ପୋଲିସଙ୍କ ସହ ଯୁକ୍ତିତର୍କ କରିଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜି ଘଟଣାକୁ ଉପଭୋଗ କରୁଥିଲେ । ଏହାପରେ ଯୁବକଜଣକ ଜୋରିମାନା ଦେଇଥିଲେ ମଧ୍ୟ ମହିଳାଜଣକ ଜୋରିମାନା ନଦେଇ ସେଠାରୁ ଚାଲି ଯାଇଥିଲେ ।
୨୦୨୧ ମସିହା ସେପ୍ଟେମ୍ବର ମାସ, ରାତି ପ୍ରାୟ ୧୦ଘଟିକା ସମୟରେ ଜଣେ ଯୁବତୀ ତାଙ୍କର ପୁରୁଷବନ୍ଧୁଙ୍କ ସହିତ ପ୍ରଚୁର ମଦ୍ୟପାନ କରି ବାଣୀବିହାର ଓଭରବ୍ରିଜ ଦେଇ ଦ୍ରୁତଗତିରେ ଆସୁଥିବା ସମୟରେ ଜଣେ ଯୁବକଙ୍କ ଗାଡ଼ିକୁ ଧକା ଦେଇଥିଲେ । ଏଥିରେ ଯୁବକଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା ଓ ସେ କ୍ଷତାକ୍ତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଯୁବତୀଜଣକ ହଠାତ୍ ରାଗିଯାଇ ଯୁବକଙ୍କ ଗାଲରେ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ । ଯୁବକ ଜଣକ ରାସ୍ତାରୁ ଉଠି କ’ଣ ପାଇଁ ମୋତେ ପିଟୁଛନ୍ତି ବୋଲି ପ୍ରତିବାଦ କରିବାରୁ ଉଭୟ ଯୁବତୀ ଏବଂ ତାଙ୍କର ପୁରୁଷବନ୍ଧୁ ମିଶି ତାଙ୍କୁ ମାଡ଼ ମାରି ଚାଲିଥିଲେ । ଖବର ପାଇ ପୋଲିସ୍ ସେଠାରେ ପହଞ୍ôଚ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ କାବୁ କରି ନେଇଥିଲେ । ଯୁବତୀ ଜଣକ ମୋର କୌଣସି ଭୁଲ୍ ନାହିଁ, ବରଂ ଏହି ଯୁବକ ଆମ ଗାଡ଼ିକୁ ଧକା ଦେଲା ବୋଲି ସଫେଇ ଦେଇ ଯୁବକଙ୍କୁ ଗାଳିକରି ଚାଲିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଜନତା ଏହି ଦୃଶ୍ୟକୁ ଉପଭୋଗ କରିବା ସହିତ ନିଜ ନିଜ ମୋବାଇଲରେ ଫଟୋ ଉତ୍ତୋଳନ କରିଚାଲିଥିଲେ । ପୋଲିସ୍ ନୀରବଦ୍ରଷ୍ଟା ସାଜି ଅପେକ୍ଷା କରିଥିଲେ, କିପରି ଯୁବକଜଣକ ନିୟନ୍ତ୍ରଣ ହରାଇ ଯୁବତୀଙ୍କୁ ଆକ୍ରମଣ କରିବ ଏବଂ ପୋଲିସ୍ ଯୁବକଙ୍କୁ ଗିରଫ କରିବ ।
୭, ଅଗଷ୍ଟ ୨୦୨୧ ବାଳକାଟି ଫାଣ୍ଡି ଅଞ୍ଚଳରେ ପରିକ୍ରିୟା ପ୍ରୀତି ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯୁବକଜଣକ ନିଆଳି ଅଞ୍ଚଳର ଜନୈକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ମାସ ପରେ ଯୁବତୀଜଣକ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖି ଫୋନ୍‌ରେ ସବୁବେଳେ କଥାବାର୍ତ୍ତା ହେଉଥିଲେ । ଏଥିରେ ତାଙ୍କ ସ୍ୱାମୀଙ୍କର ସନ୍ଦେହ ହେବାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ସେଦିନ ରାତିରେ ଉଭୟେ ସ୍ୱାମୀ ଓ ସ୍ତ୍ରୀ ଶୋଇବା ଘରେ ବିଶ୍ରାମ ନେଇଥିଲେ । ହଠାତ୍ ରାତି ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାର ୧୫ ମିନିଟ୍ ପରେ ଶୋଇବା ଘରୁ ତାଙ୍କ ସ୍ୱାମୀଙ୍କ ମୃତଦେହ ମିିଳିଥିଲା । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମୃତ ଯୁବକଙ୍କ ସ୍ତ୍ରୀ କହିଥିଲେ । ମାତ୍ର ତାଙ୍କ ଶ୍ୱଶୁର ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲେ । ପୋଲିସ୍ ଏହାର ତଦନ୍ତ କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପରେ ଯୁବକଙ୍କ ମୁଣ୍ଡ ଏବଂ ସମ୍ବେଦନଶୀଳ ଅଙ୍ଗକୁ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟ ଘଟିଥିଲା ଏବଂ ପରକ୍ରିୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଗଣମାଧ୍ୟମରୁ ଜଣାପଡ଼ିଥିଲା ।
ସେହିପରି ୨୦୨୨, ଜାନୁୟାରୀ ୧୯ ତାରିଖରେ ଟ୍ରାଫିକ୍ ପୋଲିସ୍‌ଙ୍କ ସମ୍ମୁଖରେ ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ଯୁବକଙ୍କ ଗାଡ଼ି ତାଙ୍କ ଗାଡ଼ିରେ ପିଟି ହୋଇଯିବାରୁ ଯୁବତୀଜଣକ ରାଗିଯାଇ ଯୁବକଙ୍କୁ ପଟି ଚାଲିଥିଲେ । ଘଟଣାଟି ଘଟିଥିଲା ନାଲକୋ ଛକରେ । ଟ୍ରାଫିକ୍ ସିଗ୍‌ନାଲ ଦେବା ପୂର୍ବରୁ ଯୁବତୀଜଣକ ରାସ୍ତା ଅତିକ୍ରମ କରୁଥିବାରୁ ସବୁଜ ସଙ୍କେତ ପଟୁ ଆସୁଥିବା ଜଣେ ଯୁବକଙ୍କ ଗାଡ଼ି ତାଙ୍କୁ ଧକା ଦେଇଥିଲା । ଯଦିଓ ଏଥିରେ କାହାର କିଛି କ୍ଷତି ହୋଇନଥିଲା, କିନ୍ତୁ ଯୁବତୀଜଣକ ରାଗିଯାଇ ସର୍ବସମ୍ମୁଖରେ ଯୁବକଙ୍କୁ ପିଟି ଚାଲିଥିଲେ । ଯୁବତୀଙ୍କ ଭୁଲ୍ ଥିଲେ ମଧ୍ୟ ଟ୍ରାଫିକ୍ ପୋଲିସ୍ ଯୁବକଙ୍କୁ କାବୁ କରି ତାଙ୍କ ବାଇକ ଚାବି ଛଡ଼ାଇ ନେଇଥିଲେ । ଏହି ଘଟଣାରେ ଉପସ୍ଥିତ ଥିବା କୌଣସି ଜନତା ଯୁବତୀଙ୍କୁ ପ୍ରତିବାଦ କରିବାର ସାହସ ଜୁଟାଇ ନଥିଲେ, ବରଂ ପୋଲିସ୍‌ଠୁ ମୁକୁଳିଲା ପରେ ଯୁବକଙ୍କୁ ବହେ ଉତ୍ତମ ମଧ୍ୟମ ଦେବା ପାଇଁ କରିଥିଲେ । ପରେ ଯୁବତୀଜଣକ ସେଠାରୁ ନିଜ ଗାଡ଼ି ନେଇ ଚାଲିଯାଇଥିଲେ ।
ଏଭଳି ଅନେକ ଘଟଣା ଘଟିଚାଲିଛି, ଯେଉଁଥିରେ ମହିଳାଙ୍କ ଦ୍ୱାରା ପୁରୁଷମାନେ ନିର୍ଯ୍ୟାତିତ ଓ ଅତ୍ୟାଚାରିତ ହୋଇ ଚାଲିଛନ୍ତି । ଏହିସବୁ ଘଟଣାର ପ୍ରତିବାଦ କରିବାର ସାମର୍ଥ୍ୟ ଥିଲେ ମଧ୍ୟ ଆତ୍ମସମ୍ମାନ ଭୟରେ ପୁରୁଷମାନେ ସାହସ କରିପାରନ୍ତି ନାହିଁ । କାରଣ ସେ ଭଲଭାବେ ଅବଗତ ଅଛି ଯେ, ଏଭଳି ଘଟଣାର ପ୍ରତିବାଦ କଲେ, କାଲି ତାକୁ କାରାଗାରର ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହିବାକୁ ପଡ଼ିବ, ଘରୋଇ ହିଂସାରେ ଅଭିଯୁକ୍ତ ଭାବେ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିବ । ପାରିବାରିକ ହେଉ ବା ସାମାଜିକ କ୍ଷେତ୍ରରେ, ଯଦି ପୁରୁଷଟିଏ ମହିଳାମାନଙ୍କ ଦ୍ୱାରା ନିଯ୍ୟାତନାର ଶିକାର ହୁଏ, ତେବେ ଆଇନ ବା ସମାଜ ସେସବୁ ଦେଖିପାରେନା । ଆଇନ୍‌ରେ କେବଳ ପୁରୁଷଙ୍କୁ ଦଣ୍ଡବିଧାନ କରିବାର ବ୍ୟବସ୍ଥା ରହିଛି, କିନ୍ତୁ ପୁରୁଷମାନଙ୍କୁ ସମର୍ଥନ କଲାଭଳି କୌଣସି ଅନୁଷ୍ଠାନ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ କିମ୍ବା କୌଣସି ବ୍ୟକ୍ତିବିଶେଷ ଆଗେଇ ଆସିନାହାଁନ୍ତି । ଏ ବିଷୟରେ ରାଜ୍ୟ ସରକାର ଚିନ୍ତା କରିବା ସହିତ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ତେବେ ସମୟ ଆସିବ ପୁରୁଷ ସଶକ୍ତିକରଣ ପାଇଁ, ପୁରୁଷମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ।

କଣ୍ଟି, ବାହାରଣା, \
ବାଲିକୁଦା, ଜଗତସିଂହପୁର
ମୋ : ୮୩୨୮୮୪୦୨୧୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ