ସମାଜସେବୀ ଗୌରଚନ୍ଦ୍ର ସେନାପତିଙ୍କର ହୃଦଘାତରେ ଦେହାନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା) : ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଭ୍ୟ ତଥା ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସକ୍ରିୟ ସଦସ୍ୟ ଗୌରଚନ୍ଦ୍ର ସେନାପତିଙ୍କର ଗତ ବୁଧବାର ଦିନ ରାତି ୧୦ଟାରେ ହୃଦଘାତ କାରଣରୁ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ରାତିରେ ହୃଦଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁବାର ଦିନ ସକାଳେ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ଖପରାପଦାସ୍ଥିତ ସ୍ୱର୍ଗତ ସେନାପତିଙ୍କ ବାସଭବନରେ ପହଞ୍ôଚଥିଲେ । ସ୍ୱର୍ଗତ ସେନାପତି ଗତ ୧୯୩୬ ମସିହାରେ ବାଲିଆପାଳ ବ୍ଲ୍‌କ୍ ବଣିଆଡିହା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗ୍ରାମସେବକ ପଦବୀରେ ସେ ତାଙ୍କର ସରକାରୀ ଚାକିରି ଜୀବନ ଆରମ୍ଭ କରି ଗତ ୧୯୯୬ ମସିହାରେ ରେମୁଣା ବ୍ଲକ୍‌ରୁ କୃଷି ଅଧିକାରୀ ପଦବୀରୁ ଅବସର ଗ୍ରହଣ କରିଥିଲେ । ଅବସର ନେବା ପରେ ସେ ବହୁ ସାମାଜିକ ସଂଗଠନ ସହ ଜଡ଼ିତ ଥିଲେ । ସେ ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବିଧବାପତ୍ନୀ ବୀଣାପାଣି ସେନାପତି, ପୁତ୍ର ଫକୀରମୋହନ, ପୁତୁରା ରଞ୍ଜନ, ପୁତ୍ରବଧୂ ତୃପ୍ତି, ନାତି ସ୍ୱାଗତ ଓ ଜ୍ଞାତିକୁଟୁମ୍ବ ଏବଂ ପଡ଼ୋଶୀମାନେ ଉପସ୍ଥିତ ଥିଲେ । ତାଙ୍କୁ ଶେଷ ଦର୍ଶନ କରି ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ପୂର୍ବତନ କାଉନସିଲର ଗୋପୀନାଥ ଶତପଥୀଙ୍କ ସମେତ ଶ୍ୟାମସୁନ୍ଦର ଜେନା ଓ ବେଣୁଧର ପାଳ ପ୍ରମୁଖ ଶବାଧାରରେ ପୁଷ୍ପ ପ୍ରଦାନ କରିଥିଲେ । ଲୁଣିଆଯୋଡ଼ି ନିକଟସ୍ଥ ‘ମୁକ୍ତିଦ୍ୱାର’ରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଗୌରଚନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ