କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଜୀବନ ଜ୍ୟୋତି ମୋଟରାଙ୍ଗପାଳ ସହିତ ସରସଦା ଏଟି ପାଓ୍ଵାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମୋଟରାଙ୍ଗପାଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଦଶ ଓଭରରେ ୧୪୩ ରନ ସଂଗ୍ରହ କରିଥିଲା।ଦ୍ଵିତୀୟ ପାଳିରେ ସରସଦା ଦଶ ଓଭର ଖେଳି ୬୦ ରନ କରି ପରାଜୟ ବରଣ କରିଥିଲା।ଅମ୍ଫାୟର ଭାବେ ଆକାଶ ଜେନା ଓ ରାଜେନ୍ଦ୍ର ଜେନା ଖେଳ ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ।ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ,ସରପଞ୍ଚ ରମେଶ ଚନ୍ଦ୍ର ଜେନା, ସମିତି ସଭ୍ୟା କମଳା ଜେନା, ଶିକ୍ଷାବିତ ନଟବର ରାଉଳ, ରତ୍ନାକର ଦାସ, ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ