ପାୟଲ ମ୍ୟୁଜିକ ସ୍କୁଲର ଗ୍ରାମୀଣ ମହୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ପାୟଲ ମ୍ୟୁଜିକ୍ ସ୍କୁଲର ଏକବିଂଶତମ ଗ୍ରାମୀଣ ମହୋତ୍ସବ ଦୁଇଦିନ ବ୍ୟାପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଭାପତି ନୀଳମାଧବ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଡା. ଗଜେନ୍ଦ୍ର କୁମାର ପଣ୍ଡା ,ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପିକା ଗୁରୁ ଭାରତୀ ଜେନା, ଓଡିଶୀ ନୃତ୍ୟଗୁରୁ ସୁଜାତା ବେହେରା, ବରିଷ୍ଠ ସଙ୍ଗୀତଗୁରୁ ପ୍ରଶାନ୍ତ କୁମାର ସାମଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଇନ୍ଦୁପୁରର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୂତାର, ସମିତି ସଭ୍ୟା ସୁନନ୍ଦା ମଲିକ ଏବଂ ୫ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସୁଶ୍ରୀ ଲିଲିତା ଦାସ ପ୍ରମୁଖ ଯୋଗ ଦେଇ ପାୟଲ୍ ମ୍ୟୁଜିକ୍ ସ୍କୁଲର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ(ଦିଲୁ) ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ କବି ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା, ନୃତ୍ୟଗୁରୁ ଦୀପକ କୁମାର ନନ୍ଦୀ ଓ ଦିଲ୍ଲୀପ କୁମାର ଜେନା, ତବଲା ଗୁରୁ ସୁଶୀଲ ସେନ, ଚିତ୍ରକଳା ଗୁରୁ ପୁଷ୍ପାଞ୍ଜଳି ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରମୋଦ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସହକାରୀ ପ୍ରଫେସର ଡ଼ା ରବିନାରାୟଣ ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ପାଲାଗାୟକ ଜ୍ଞାନପ୍ରିୟ କାନୁନଗୋ ପ୍ରମୁଖ ଯୋଗଦେଇ ପାୟଲ ମ୍ୟୁଜିକ୍ ସ୍କୁଲର ପିଲାମାନେ କିଭଳି ଭାବରେ ବିଦେଶରେ କଳା ପରିବେଷଣ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବରେଣ୍ୟ ଅତିଥି ଭାବରେ ଗାୟକ ସମ୍ରାଟ ଲଷ୍ମୀଧର ରାଉତ, ସମ୍ମାନୀତ ଅତିଥି ଭାବେ ଗୀତିକାର କୁମାର ଲିଟନ ଯୋଗଦେଇଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ ଡ଼. ସଂଗ୍ରାମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ଧରି ଅନୁଷ୍ଠାନର ସଙ୍ଗୀତ ଗୁରୁ, ନୃତ୍ୟଗୁରୁ ଓ ପ୍ରତିଷ୍ଠାତା ଦେବାଶିଷ ସାମଲଙ୍କ ନେତୃତ୍ୱରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷ ଦିନରେ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଗଡନାୟକ, ହାସ୍ୟଅଭିନେତା ଡାଙ୍ଗ, ଦୀପ୍ତି, ଧାରାବାହିକ ନାୟକ ସୋମ୍ ଓ କୁମାର ଲିଟନ ପ୍ରମୁଖ ଯୋଗଦେଇ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନବାଳା ନାୟକ, ସୌମ୍ୟ ରଞ୍ଜନ ପାଢ଼ୀ, ସଞ୍ଜୟ କୁମାର ନାୟକ, ମିଲନ୍ କୁମାର ଜେନା, ହେମନ୍ତ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ