ଗାଁ ସାଥି(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶାଳ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାଁ ସାଥି(ମେଟ୍‌) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବିଶାଳ ସମାବେଶ କରାଯିବା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଗୋପାଳଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବି ବିଷୟରେ ଆଲୋଚନା କରାଯାଇଥିଲା । ସଙ୍ଘ ପକ୍ଷରୁ ଗାଁସାଥିଙ୍କୁ ମାସିକ ପ୍ରୋତ୍ସାହନରାଶି ୧୦ହଜାର ଟଙ୍କା ପ୍ରଦାନ, ଏନ.ଏମ.ଏମ.ଏସ.ରେ ହେଉଥିବା ଅନିୟମିତତାର ପ୍ରତିକାର, ଗାଁଁସାଥିଙ୍କୁ ବ୍ଲକ କ୍ୟାଡର ଘୋଷଣା କରାଯିବା ସହିତ ଡ୍ରେସ କୋଡ ବ୍ୟବସ୍ଥା ଏବଂ ସେମାନଙ୍କ ମୋବାଇଲ ରିଚାର୍ଜ ଖର୍ଚ୍ଚ ସରକାର ଭରଣା କରିବା ପ୍ରଭୃତି ଦାବି ଗୁଡିକୁ ସରକାର ଗ୍ରହଣ କରିନଥିବାରୁ ଚଳିତମାସ ୫ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭା ସମ୍ମୁଖରେ ହୋଇଥିବା ବିରାଟ ଆନ୍ଦୋଳନ ପରେବି ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ତେଣୁ ସଙ୍ଘର ଦାବି ଗୁଡିକ ସରକାର ତୁରନ୍ତ ପୁରଣ କରୁନଥିବା ଯୋଗୁଁ ରାଜ୍ୟ ସଙ୍ଘର ନିର୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗାଁସାଥିମାନଙ୍କର ସମାବେଶ କରାଯିବା ପାଇଁ ସ୍ଥିର କରାଯାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ୧୮ତାରିଖ ରବିବାର ପୂର୍ବାହ୍ନରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବିଶାଳ ସମାବେଶ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମାବେଶରେ ସଙ୍ଘର ରାଜ୍ୟ ନେତୃତ୍ୱମାନଙ୍କ ସହିତ ଜିଲ୍ଲା ସଙ୍ଘର ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସଙ୍ଘର ଏହି ମହା ସମାବେଶକୁ ସଫଳ କରାଯିବା ନିମନ୍ତେ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ନିବେଦନ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପ୍ରଶାନ୍ତ କୁମାର ଦାସ, ହରେକୃଷ୍ଣ ମହାପାତ୍ର, ମାନସୀ ନାୟକ, ଅଜୟ କୁମାର ମହାପାତ୍ର, ମନୋଜ କୁମାର ସୁତାର, କୈଳାସ କୁମାର ପ୍ରଧାନ, ଉପେନ୍ଦ୍ର କୁମାର ସାହୁ, କବିର କୁମାର ବସନ୍ତିଆ, ଅୟସକାନ୍ତ ନାୟକ, ଲତିକା ସ୍ୱାଇଁ, ଜ୍ୟୋସ୍ôନାରାଣୀ ବେହେରା, ଭାନୁମତୀ ଦାସ, ସୁରେଶ ସାମଲ, ବିଜୟ କୁମାର ବେହେରା, ଦିପ୍ତିମୟୀ ବସନ୍ତିଆ, ପ୍ରତାପ ଜେନା, କୈଳାସ ଚନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ବନିତା ଓଝା, କବି ପ୍ରସାଦ ମଳିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ