ଛତ୍ରପୁର ରୋଟାରି କ୍ଲବ ଠାରେ ଜଗନ୍ନାଥ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ରୋଟାରି କ୍ଲବ ପକ୍ଷରୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଭାତୃଭାବ ବଜାୟ ରଖିବା ଉଦ୍ଦେଶ୍ୟ ନେଇ ଗତ ୮ ତାରିଖରେ ବାହାରିଥିବା ଏକ ଜଗନ୍ନାଥ ରଥ ସାରା ଭାରତ ବର୍ଷର ବିଭିନ୍ନ ଅଂଚଳ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ରୋଟାରି କ୍ଲବ ଠାରେ ଏହି ଜଗନ୍ନାଥ ରଥକୁ ଅଂଚଳର ବହୁ ରୋଟାରିୟାନ ମାନେ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଠାରୁ ବାହାରିଥିବା ଏହି ରଥ ସାରା ଭାରତ ବର୍ଷ ବୁଲି ଶେଷରେ ଅଯୋଦ୍ଧା ରେ ପହଂଚିବ । ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ବେଳେ ଛତ୍ରପୁର ରୋଟାରି କ୍ଲବର ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ସୁରଜିତ ସାମନ୍ତରାୟ, ରୋଟାରି କ୍ଲବର ପ୍ରତିଷ୍ଠାତା ପ୍ରଫୁଲ୍ଲ ପଟ୍ଟନାୟକ,ହାଇକୋର୍ଟ ଆଡ଼ଭୋକେଟ ପଦ୍ମ ଚରଣ ସାହୁ, ସ୍ୱାଗତିକା ସାମନ୍ତରାୟ, ସୁକାନ୍ତି ପାତ୍ର, ବାସୁଦେବ ରାଓ ଓ ଏନ ନାଗେଶୁଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ