ୟୁରୋ ସ୍କୁଲ୍‌ର ପଞ୍ଚମ ବାର୍ଷିକୋତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ‘ୟୁରୋସ୍କୁଲ’ ର ପଞ୍ଚମ ବାର୍ଷିକୋତ୍ସବ ‘ଏସପାଇର ’ ଯୁବ ଆଇନଜୀବି ତଥା ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ‘ଶକ୍ତି’-ଏନ୍ ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବା ପାଇଁ ଐତିହାସିକ ଯୁଗୁରୁ ଗୁରୁକୁଳ ତଥା ପାଠଶାଳା ଆଦିରହି ଆସିଛି । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢ଼ିବା ଲାଗି ୨୦୧୮ ମସିହାରୁ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟ ମାର୍କା ୟୁରୋ ସ୍କୁଲ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ ଏବଂ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନାକୁ ଆସିପାରିବ ବୋଲି କହିଛନ୍ତି । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌.ପି. ଜଗମୋହନ ମୀନା ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାରିଟେବୁଲ ଟ୍ରଷ୍ଟ୍‌ର ଭାସ୍କରମହାପାତ୍ର, ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଓ ପରିଚାଳନା କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାଜେଶ କୁମାର ମହାପାତ୍ର,ପ୍ରିନ୍ସପାଲ କୁମାରୀ ତପସ୍ୱିନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହିତ ଓଡିଶୀ ନୃତ୍ୟ ର ତାଳେ ତାଳେ ଅଭିଭାବକ /ଅଭିଭାବିକା ଏବଂ ଛାତ୍ରଛାତ୍ରୀମାନେ ନାଚିଥିଲେ , ଖାସ କରି ମାଆ ମାନଙ୍କ ଗ୍ରୁପ ନୃତ୍ୟ ବହୁତ ଆକର୍ଷଣ ହୋଇଥିଲା , ୟୁରୋ ସ୍କୁଲ ପକ୍ଷରୁ କ୍ୱାଲିଟି ଏବଂ ଯୁଗପୋଗୀ ଶିକ୍ଷା ପ୍ରଦାନ କରାଯାଉଥିବା ରୁ ଅତିଥି ମାନେ ସ୍କୁଲ ର ମୁଖ୍ୟଙ୍କୁ ପ୍ରଂଶସା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ