ଚୋରା ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ ଅଟୋ ଜବତ ଅଭିଯୁକ୍ତ କୋର୍ଟ ଚାଲାଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଜପତି ଜିଲ୍ଲା ମୋହନାରୁ ମୁମ୍ବାଇ ବେଆଇନ ଗଞ୍ଜେଇ ଚୋରାଚାଲାଣ ସମୟରେ ରବିବାର ସକାଳୁ ପାଟପୁର ପୋଲିସ ଏକ ଅଟୋ ସମେତ ୨୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଟି . ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଭୂ ଗୈାଡ (୨୮) । ସୂଚନା ପ୍ରକାରେ ସକାଳ ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଜଣକ ଏକ ଅଟୋ ( ଓଡି ୧୨ ଏ ୪୫୦୦) ଯୋଗେ ଗଞ୍ଜେଇ ଧରି ଦ୍ରୁତ ଗତିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ପୋଲିସ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଉକ୍ତ ଅଟୋର ପିଛା କରି ପୋଡାମାରୀ ଗ୍ରାମ ହାଡ଼ି ସାହି ନିକଟରେ ଗାଡ଼ିକୁ କାବୁ କରିଥିଲା । ଜବତ ଗଞ୍ଜେଇର ଓଜନ କରାଯିବା ପରେ ୨୦ କେଜି ୫ ଶହ ଗ୍ରାମ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ପାଟପୁର ଥାନା ମାମଲା ନଂ ୧୧୩/୨୪ ଅନୁଯାୟୀ ପୋଲିସ ଅଭିଯୁକ୍ତ ବିଭୂଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଏବଂ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ ହେଵ ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ