ଅଲଣା ଓ ଗଜରାଜପୁର ରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ଓ ଗଜରାଜପୁର ପଂଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ପଂଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ତପନ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା, ସମାଜସେବୀ ଦିଲ୍ଲିପ ଲେଙ୍କା, ପଂଚାୟତ ବିଜେଡି ସଭାପତି ବିଜୟ ପରିଡା ପ୍ରମୁଖ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ସଂର୍ପକରେ ଆଲୋକପାତ କରିଥିଲେ । ଷ୍ଟଲରେ ବିଭିନ୍ନ ଯୋଜନା ପ୍ରଦର୍ଶନ କରାଯାଇଥିଲା । କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବେ କନିଷ୍ଠ ଯନ୍ତ୍ରୀ ବିଭୁତି ଭୂଷଣ ଶତପଥି ଦାୟିତ୍ୱରେ ରହିଥିବା ବେଳେ ପିଇଓ ପ୍ରସନ୍ନ କୁମାର ପରିଡା, ଜିଆରଏସ ଜଗନ୍ନାଥ ପ୍ରଧାନ,ସମାଜସେବୀ ସଂଜୟ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏମବିକେ, ସିଆରପି, ଏସଏଚଜି ମହିଳା ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଗଜରାଜପୁର ପଂଚାୟତରେ ନାଉଗାଁ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସ୍ୱାଇଁ, ସରପଂଚ ଲକ୍ଷ୍ମୀପ୍ରିୟା ମଲ୍ଲିକ, ସମିତି ସଭ୍ୟା ରିଲା ଦାସ, ସମାଜସେବୀ ଦିଲ୍ଲିପ ଲେଙ୍କା, ପ୍ରଭାତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । କୁନିକୁନି କଳାକାର, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିପିଡିଓ ଦିନେଶ ରାୟଙ୍କ ଦ୍ୱାରା ତଦାରଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ