କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ଅତି ଭୈାତିକ ବିଦ୍ୟା ଅନୁସାରେ ଆତ୍ମାର ପରିଚୟ ଏବଂ ପରିଭାଷା”ଶୀର୍ଷକ ଏକ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରବିନ୍ଦ୍ର କୁମାର ପାତ୍ର ଯୋଗଦେଇ ଆତ୍ମାର ପରିଚୟ ଓ ପରିଭାଷାଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ସହଯୋଗୀ ପ୍ରାଧ୍ୟାପକ ଡ. ଅଶୋକ କୁମାର ତରାଇ ଯୋଗଦେଇ ଆତ୍ମା ଏବଂ ଶରୀରର ପରିଭାଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ଆଲୋଚନାଚକ୍ରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମୁଖ୍ୟବକ୍ତା ଓ ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ ସୁଶ୍ରୀ ସମିତା ସ୍ୱାଇଁ ଆଲୋଚନାଚକ୍ରର ସଂଯୋଜନା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ