କେନ୍ଦ୍ରାପଡା କଲେଜ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରଫେସର ବଶ୍ୱରଞ୍ଜନ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରଥମ ଦିନରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡ. ଅନ୍ତରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟାରେ ପଦାର୍ଥର ଗୁଣ ଓ ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଜାତୀୟ ପଦାର୍ଥ ପରିଚାଳନା ପ୍ରଯୁକ୍ତି ଅନୁଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ. ମାନସ କୁମାର ଦଳାଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପଦାର୍ଥର ବିଭିନ୍ନ ଗୁଣ ଓ ଗବେଷଣା କ୍ଷେତ୍ରରେ ଏହାର ବ୍ୟବହାର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଭାଗୀୟ ଅଧ୍ୟାପକ ପ୍ରକାଶ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଦିବସର ଆଲୋଚନାର ବିଷୟବସ୍ତୁ ଥିଲା “ପଦାର୍ଥର ଆଲୋକ ସନ୍ଦିପ୍ତୀ” । ବିଶିଷ୍ଟ ପଦାର୍ଥ ବିଜ୍ଞାନବିତ୍ ଡ. ଅଟଳବିହାରୀ ପଣ୍ଡା ବିଷୟବସ୍ତୁ ଉପରେ ସମ୍ୟକ ଆଲୋକପାତ କରିଥିଲେ । ସି.ଭି.ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ସହ ପ୍ରଧ୍ୟାପକ ଡ. ସବ୍ୟସାଚୀ ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଏହାର ଅଧ୍ୟୟନ ତଥା ବ୍ୟବହାର କୈାଶଳ ସମ୍ପର୍କରେ ମତାମତ ଦେଇଥିଲେ ଓ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନସମୁହର ଉତ୍ତର ରଖିଥିଲେ । ବିଭାଗୀୟ ଅଧ୍ୟାପକ ରାକେଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ବିଭାଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀଗଣ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ