ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ ଆଜି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୁକାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଶୋକ କୁମାର ବେହେରା, ଭଣ୍ଡାରୀ ପୋଖରୀ ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ମଲ୍ଲିକ, ସଙ୍ଘର ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ପୂର୍ବତନ ରାଜସ୍ୱ ପରିଦର୍ଶକ ହିମାଂଶୁ ଦାସ, କଟକ ଜିଲ୍ଲା ସଭାପତି ସୁଚନ୍ଦ୍ର ମହାନ୍ତି, ପୂର୍ବତନ ସଭାପତି ଅକ୍ଷୟ ଚୈାଧୁରୀ, ପୂର୍ବତନ ରାଜସ୍ୱ ନିରୀକ୍ଷକ ଲକ୍ଷ୍ମଣନାଥ ଶର୍ମା ଓ ବୈଷ୍ଣବ ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ବିଶ୍ୱବିଜୟୀ ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ରାଜସ୍ୱ ନିରୀକ୍ଷକ ପୁଷ୍ପଲତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସଙ୍ଘ ପକ୍ଷରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ତଥା ମରାମତି ଏବଂ ଗୃହକୁ ବିଦ୍ୟୁତ୍ ସଂଯୋଗ ଓ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ସଂଯୋଗୀକରଣ କରିବା ସହ ଲାପଟପ୍ ଓ ପ୍ରିଣ୍ଟର ଗୁଡିକୁ ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା, ଜିଲ୍ଲାର ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଗସ୍ତଖର୍ଚ୍ଚ ଏବଂ ସର୍କଲ ଦାୟୀତ୍ୱରେ ଥିବା ରାଜସ୍ୱ ନିରୀକ୍ଷକ ଏବଂ ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ମୋବାଇଲ ଖର୍ଚ୍ଚ ଦରମା ସହ ପ୍ରଦାନ କରିବା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ସମସ୍ତ ପଦକୁ ପୁରଣ କରାଯିବା, ସମସ୍ତ ରାଜସ୍ୱ କ୍ଷେତ୍ର ପରିଦର୍ଶକ, ରାଜସ୍ୱ ନିରୀକ୍ଷକ ଏବଂ ଏଆରଆଇମାନଙ୍କୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ପରିଚୟପତ୍ର ପ୍ରଦାନ, ଜିଲ୍ଲାପାଳଙ୍କ ବିନା ଅନୁମତିରେ ତହସିଲଦାରଙ୍କ ଦ୍ୱାରା ବେଆଇନ ଭାବେ ହେଉଥିବା କ୍ଷେତ୍ର କର୍ମଚାରୀଙ୍କ ଅଯଥା ବଦଳିକୁ ବନ୍ଦ କରାଯିବା, ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ପ୍ରତ୍ୟେକ ମାସରେ କଣ୍ଟିଜେନ୍ସି ଦେବାର ବ୍ୟବସ୍ଥା ଓ ସମସ୍ତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସବାବପତ୍ର ଯୋଗାଣ ସହିତ ତହସିଲ କାର୍ଯ୍ୟାଳୟରେ ବେଆଇନ ଭାବେ ବିଭିନ୍ନ ବିଭାଗର ଦାୟୀତ୍ୱରେ ଥିବା କ୍ଷେତ୍ର କର୍ମଚାରୀମାନଙ୍କୁ ତୁରନ୍ତ ରାଜସ୍ୱ ସର୍କଲକୁ କାର୍ଯ୍ୟ କରିବାକୁ ପଠାଇବା ନିମନ୍ତେ ସଂପୃକ୍ତ ତହସିଲଦାରଙ୍କୁ କଡା ତାଗିଦ କରାଯିବା ପାଇଁ ଦାବି କରାଯାଇଥିଲା । ସଙ୍ଘର ନୂତନ କମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ଜାନକୀ ବଲ୍ଲଭ ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ବିଶ୍ୱବିଜୟୀ ପରିଡା, ଉପସଭାପତି ଭାବେ ମନିଆ ପ୍ରିୟଦର୍ଶିନୀ ଷଡଙ୍ଗୀ, ସମ୍ପାଦକ ଭାବେ ରଞ୍ଜିତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଭାବେ ବିଜୟ କୁମାର ଜେନା, ସଂଗଠନ ସମ୍ପାଦକ ଶକ୍ତିପ୍ରସାଦ ରଥ, ସାଂସ୍କୃତିକ ସମ୍ପାଦକ ଅନନ୍ତ କୁମାର ମହାରଣା, କାର୍ଯ୍ୟାଳୟ ସାମ୍ପାଦକ ରାଜଶ୍ରୀ ପ୍ରଧାନ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ, ସମୀକ୍ଷକ ପୁଷ୍ପଲତା ମହାପାତ୍ର ଓ ପବିତ୍ର କୁମାର ବେହେରା, ମୁଖୟ ପରାମର୍ଶଦାତା ହିମାଂଶୁ କୁମାର ଦାସ, ପରାମର୍ଶଦାତା ନଳିନୀକାନ୍ତ ପୃଷ୍ଟି, ବିଜୟାନନ୍ଦ ପଣ୍ଡା, ସୁଧାଂଶୁଶେଖର ମହାନ୍ତି ଓ ଅଭିମନ୍ୟୁ ସେଠୀଙ୍କୁ ସର୍ବସମ୍ମତ ଭାବେ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାନକୀବଲ୍ଲଭ ପଣ୍ଡା, ସନ୍ଧ୍ୟାରାଣୀ ବେହେରା, ନଗେନ୍ଦ୍ର ସିଂହ, ସେକ ନିଆଜୁଦ୍ଦିନ୍‌, ମନିଷା ଷଡଙ୍ଗୀ, ସୁପ୍ରିୟା ସ୍ୱାଇଁ, ଅନନ୍ତ ମହାରଣା, ପ୍ରତ୍ୟୁଷ ଦିକ୍ଷିତ୍‌, ପ୍ରକାଶ ସେଠୀ, ପବିତ୍ର ବେହେରା ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ