ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ତଥା ବିଶିଷ୍ଟ କବି ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ସାହିତ୍ୟ ସମାଜକୁ ରୁଦ୍ଧିମନ୍ତ ଓ ରଙ୍ଗମୟ କରେ । ଜଣେ ସାହିତ୍ୟିକ ବା କବି ସୃଷ୍ଟି କୁ ସୌନ୍ଦର୍ଯ୍ୟମୟ କରାଏ । ପ୍ରତ୍ୟେକ ଲୋକ ନିଜସ୍ୱ ବାଟରେ ଆଗକୁ ଯାଆନ୍ତି । ତେବେ ସବୁ ପରିସ୍ଥିତିରେ ଜଣେ ମଣିଷ ନିଜ ହୃଦୟକୁ ସୁନ୍ଦର କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ୍ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ପ୍ରଶାସକ ତଥା କବି ପ୍ରଦୀପ ବିଶ୍ୱାଳ କହିଥିଲେ ଯେ ସାହିତ୍ୟ ମଣିଷକୁ ଶକ୍ତି ଦେଇଛି, ଜୀବନ କୁ ଅର୍ଥପୂର୍ଣ୍ଣ କରିଛି । ସାହିତ୍ୟ ବଞ୍ôଚବାକୁ ସାହାରା ଦିଏ ଓ ମାର୍ଗ ଦେଖାଏ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସଙ୍କ ସଭାପତିତ୍ୱରେ ଏହି ସଭାରେ ପ୍ରଖ୍ୟାତ କଥାକାର ଡକ୍ଟର ରାମଚନ୍ଦ୍ର୍ର ବେହେରା ଯୋଗଦେଇ ଉଦଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ । ଆଜି ଉତ୍ସବର ଦ୍ୱିତୀୟ ଦିବସରେ ସୁନନ୍ଦା ପ୍ରଧାନଙ୍କ ସଂଯୋଜନାରେ “ଗପର ଗବାକ୍ଷ ବିବର୍ତିତ ଗାଁ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏଥିରେ ବିଷ୍ଣୁ ସାହୁ, ରବି ପଣ୍ଡା, ହିରନ୍ମୟୀ ମିଶ୍ର, ପଦ୍ମକାନ୍ତ ଧଳ ଓ ନୀଳମଣି ଲେଙ୍କା ଭାଗ ନେଇଥିଲେ । ପରେ ନବଜ୍ୟୋତୀ ରାଏଙ୍କ ସଂଯୋଜନାରେ ଅଶାନ୍ତ ପ୍ରଥିବୀ: କବିତା ରେ “ପଦ୍ମତୋଳା” ଶୀର୍ଷକ ଆଲୋଚନାରେ ବିରଜା ବଳ, ଅଭୟ ନାୟକ, ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରମୋଦ ମଲ୍ଲିକ, ବାଦଲ ମହାନ୍ତି, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ଭାଗ ନେଇଥିଲେ । ଏହି ଅବସରରେ ଆୟୋଜିତ ସାହିତ୍ୟ କ୍ୱିଜ୍ କୁ ପ୍ରତିଭାମୟୀ ଦାସ୍‌, ଆଶୁତୋଷ ରାଉତ, ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ରାଜେଶ କୁମାର ସେଠୀ ପରିଚାଳନା କରିଥିଲେ । ମମତା ଶତପଥୀଙ୍କ ପୁସ୍ତକ “ନିର୍ବାଣ” ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବିଶିଷ୍ଠ ସହିତ୍ୟିକ ସାତକଡି ହୋତାଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା । କେନ୍ଦ୍ରାପଡ଼ା ଡେଭଲପମେ ଫାଉଣ୍ଡେସନର କର୍ମକର୍ତ୍ତା ଅଂଶୁମାନ ପଟ୍ଟନାୟକ, ବିଶ୍ୱରଂଜନ ଦାସ କେମ୍‌ର ସମ୍ପାଦକ ମହମ୍ମଦ ଯାହିଦ୍ ଖାନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶିଷ୍ଟ ସାହିତ୍ୟିକ ସାତକୋଡି ହୋତାଙ୍କ ଦେହାନ୍ତରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ