୨ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ରଙ୍ଗେଈଲୁଣ୍ଡା, (ଯୁଗାବ୍ଦ ନ୍ୟୁଜ):ରଙ୍ଗେଈଲୁଣ୍ଡା ବ୍ଲକ ଲଉଡ଼ିଗାଁ ଏବଂ ପଦ୍ମପୁର ପଞ୍ଚଯାତରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ପଞ୍ଚାୟତର ସରପଞ୍ଚ ସସ୍ମିତା ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପର୍ଯ୍ୟବେକ୍ଷକ ସିଏଚ ଭରତ ପାତ୍ର,ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ଏସ. ରାଜେଶ୍ୱରୀ ଦୋରା, ରଙ୍ଗେଈଲୁଣ୍ଡା ବ୍ଲକ ଅଧକ୍ଷା ସିଏଚ. ଉଷାରାଣୀ,ଉପାଧ୍ୟାକ୍ଷା ଅନିତା ମାହାଙ୍କୁଡ଼, ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ କୁମାର ଦାଶ, ଜିଲ୍ଲାପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ,ସମିତି ସଭ୍ୟା ପୁଷ୍ପାରାଣୀ ସାମନ୍ତ ବରିଷ୍ଠ ନେତା ସିଏଚ. ବାଇରୀ ପାତ୍ର, ପ୍ରକାଶ ଚନ୍ଦ୍ର ସାମନ୍ତ, ଯୁବ ଆଇନଜୀବୀ ପ୍ରକାଶ ସେଠି,ପିଇଓ ଟଙ୍କୁବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଶିବିରରେ ଗାଁରେ ଜଗନ୍ନାଥ ସଂସ୍କୃତି ସଂରକ୍ଷଣ,ଧାର୍ମିକ ସ୍ଥଳୀର ରୂପାନ୍ତକରଣ, ମହିଳା ସଶକ୍ତି କରଣ, ଭିତ୍ତିଭୂମିର ବିକାଶ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିଧାୟକ ଶ୍ରୀ ପଣ୍ଡା କହିଥିଲେ l ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଲଉଡ଼ିଗାଁ ପଞ୍ଚାୟତରେ ସରପଞ୍ଚ ସୁରେଶ ନାୟକ ଓ ସମିତି ସଭ୍ୟ ମନୋଜ ବେହେର ଅଧକ୍ଷ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଇଓ ସମୀର ମିଶ୍ର ତତ୍ଵାବଧାନରେ ସମସ୍ତ ଗାଁସାଥି, ୱାର୍ଡ଼ ସଭ୍ୟ/ସଭ୍ୟା ଏମବିକେ,ସିଆରପିଙ୍କ ସମେତ ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ