ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟରେ ଲାଗିଛି ନିଆଁ । କାର୍ଯ୍ୟାଳୟରେ ଥିବା ସମସ୍ତ ଦରକାରୀ କାଗଜପତ୍ର ଜାଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଁଚି ନିଆ ଆୟତ କରିଥିଲେ । କିନ୍ତୁ ସେହି ସମୟବେଳକୁ ସବୁକିଛି ଜଳିଯାଇଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଜାଣି ଜାଣି ଏସବୁ କରାଯାଇଛି ବୋଲି କେହି କେହି ସନ୍ଦେହ କରୁଛନ୍ତି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ମୁନିସିପାଲିଟି କାର୍ଯ୍ୟାଳୟରେ ହଠାତ ନିଆଁ ଲାଗିଯାଇଥିଲା । ଏହା ଜାଣିବା ପରେ ଘଟଣା ସ୍ଥଳରେ ସମସ୍ତ କାର୍ଯ୍ୟାଳୟ ଅଧିକାରୀ ପହଞ୍ଚିଥିଲେ । ଏହାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ଅଧକମାତ୍ରାରେ ନିଆଁ ଲାଗିଥିବାରୁ କାର୍ଯ୍ୟାଳୟ ଭିତରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡି ନଷ୍ଟ ହୋଇଯାଇଛି । ଯାହା ପ୍ରାଥମିକ ସୂଚନା ଅନୁସାରେ ନିର୍ବାଚନ ସମ୍ବଧିୟ ଦସ୍ତାବିଜ ସହ ,ବିଭନ୍ନ ଯୋଜନାର ଦସ୍ତାବିଜ,ପଲିଥିନ ତାର୍ପଲୀନ ଅନେକ ଆସବାବପତ୍ର ସମ୍ପୁର୍ଣ୍ଣ ରୂପେ ଜଳି ପାଉଁଶ ହୋଇଛି । ଯାହା ଅନୁମାନ କରାଯାଉଛି ଇଲେକ୍ଟଟ୍ରିକ ସଟସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ନିଆଁ ଲାଗିବା ପ୍ରକୃତ କାରଣ ସ୍ୱଷ୍ଟ ହୋଇପାରିବ । ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରିରଖିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ