ଗଜପତିର ବିଜେଡି ପର୍ଯ୍ୟବେକ୍ଷକଙ୍କ ନେତୃତ୍ୱରେ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁ ପଞ୍ଚାୟତରେ ବିଜୁ ଜନତା ଦଳ ତରଫରୁ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ଲକ ଅଧ୍ଯାକ୍ଷା ବି. ସାୟାମ୍ମା, ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟା ଆର. ରାଜ୍ୟଲକ୍ଷ୍ମୀ, ବିଜେଡି ବ୍ଲକ ସଭାପତି ଅଖେଳ ପାତ୍ର, ଜିଲ୍ଲା ଉପସଭାପତି ଆର. ସତୀଶ, ସରପଞ୍ଚ ଆର. ରଜି ନୀ, ସମିତିସଭ୍ୟ ବି. ଶ୍ରୀଧର,ନାଏବ ସରପଞ୍ଚ ପି.ତିରୁପତି ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଘରେ ଘରେ ଶଙ୍ଖ ଚିହ୍ନ ଛପା ଯାଇଥିଲା । ଉକ୍ତ ପଞ୍ଚାୟତର କିଡିଗାଁ ଗ୍ରାମରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ପଞ୍ଚାୟତରେ ଥିବା ୭ଟି ଗ୍ରାମରେ ‘ଘରେ ଘରେ ଶଙ୍ଖ’ ଚିହ୍ନ ଛପାଯିବ ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତା ଟଙ୍କା ବୃଦ୍ଧି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଚାୟତର ସମସ୍ତ ଜନସାଧାରଣ ଧନ୍ୟବାଦ ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ