ଗଜପତିରେ ପୁଣି ଜନନୀ ଯନ୍ତ୍ରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମାଣ୍ଡମା ଗାଁରୁ ନବଜାତକ ଶିଶୁପୁତ୍ର ସହ ମାକୁ ୬ କିଲମିଟର ଷ୍ଟେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମୀଚାରୀ. ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ. ଅନ୍ୟପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଘରେ ପ୍ରସବ କଲେ ମହିଳା. ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ବ୍ଲକ ଡ଼ାବରାଗୁଡା ପଞ୍ଚାୟତ ମଣ୍ଡମା ଗାଁର ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ ଜଣାଇଛନ୍ତି ଯେ, ପ୍ରସବ ମହିଳାଙ୍କ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ. ହେଲେ ଗାଁକୁ ରାସ୍ତା ନ ଥିବାରୁ ଗାଁ ଠାରୁ ୬ କିମି ଦୁରରେ ଆମ୍ବୁଲାନ୍ସ ରହିବାକୁ ବାଧ୍ୟ ହୋଇଥିଲା. ଆମ୍ବୁଲାନ୍ସ କର୍ମଚାରୀ, ଡ୍ରାଇଭର ମଣ୍ଡମା ଗ୍ରାମକୁ ଚାଲି ଚାଲି ଯାଇ ପହଞ୍ଚିଥିଲେ. ପହଞ୍ଚିଲା ବେଳକୁ ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ. ଆମ୍ବୁଲାନ୍ସ କର୍ମଚାରୀମାନେ ମା ଓ ଶିଶୁ କୁ ଷ୍ଟେଚର ସାହାର୍ଯ୍ୟରେ ୬ କିମି ବୋଲି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ. ଏହାପରେ ଆର. ଉଦୟଗିରି ମେଡିକାଲରେ ଭର୍ତ୍ତି କରିଥିଲେ. ବର୍ତ୍ତମାନ ମା ଓ ଶିଶୁ ଥିବା ଜଣା ପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ