ସମସ୍ତ ଯୋଗ୍ୟତା ଥିବା ହିତାଧିକାରୀଙ୍କୁ ଗଜପତିରେ ମିଳୁନି ଆବାସ ଯୋଜନାରେ ଘର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସରକାରୀ ନିୟମ ଅନୁଯାୟୀ ସମସ୍ତ ଯୋଗ୍ୟତା ଥିବା ଜଣେ ବିଧବା ଗରିବ ମହିଳାଙ୍କୁ ବହୁ ବାର ନିବେଦନ ପରେ ସୁଦ୍ଧା ଘର ଖଣ୍ଡିଏ ନ ମିଳିବାରୁ ମାନସିକ ଭରସାମ୍ୟ ହରାଇ ଥିବା ଝିଅ ଓ କୋମଳମତି ଅନ୍ୟ ଏକ ଝିଅ ସହ ମାଆ ଗଜପତି ଜିଲ୍ଲାର ମୋହନା ବ୍ଲକ ଅଫିସ ବାରଣ୍ଡାରେ ଧାରଣା ଦେଇଥିବା ଏକ କରୁଣ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି. ଶାରୀରିକ ଅକ୍ଷମତା ସହ ଦାରିଦ୍ର୍ୟ କାରଣ ପରିସ୍ଥିତି ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ I ଯାହାଫଳରେ ବର୍ଷ ବର୍ଷ ଧରି ସରପଞ୍ଚ ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବା ସତ୍ତେ ଘରଟିଏ ମିଳିଲା ନାହିଁ ବୋଲି ଅତ୍ୟନ୍ତ ଦୁଃଖରେ ଖାରିଗୁଡା ଗ୍ରାମର ସୁମିତ୍ରା ନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଅତ୍ୟନ୍ତ ଗରିବ ଯୋଗୁଁ ଆର୍ଥିକ ଅନାଟନରେ ବହୁ ଦୁଃଖ ଯନ୍ତ୍ରଣା ପାଉଛୁ. ଘର ଖଣ୍ଡିକ ପାଇଁ ସରକାରୀ ନିୟମରେ ଯେତିକି ଯେଉଁ ଯେଉଁ ଯୋଗ୍ୟତା ରହିବା କଥା ସବୁକିଛି ମୋ ପାଖରେ ରହିଛି. ତଥାପି ଘର ଖଣ୍ଡିଏ ମିଳୁନାହିଁ. ଆବାସ ଯୋଜନା ନ ମିଳିବାରୁ ଶେଷରେ ନିରୁପାୟ ହୋଇ ବ୍ଳକ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣା ଦେବାକୁ ବାଧ୍ୟ ହେଲି ବୋଲି କହିଛନ୍ତି ଖାରିଗୁଡ଼ା ଗ୍ରାମର ସୁମିତ୍ରା ନାୟକ । ସୁମିତ୍ରା ନାୟକଙ୍କ ସହ ମାନସିକ ଭାରସାମ୍ୟ ହରାଇଥିବା ଝିଅ ଅମ୍ରିତା ନାୟକ ଓ କୋମଳମତି ଶିଶୁକୁ ନେଇ ଭଙ୍ଗା କୁଡିଆ ଘରେ ରହି ଆସୁଛନ୍ତି । ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା ଟଙ୍କା ମା’ ଓ ଝିଅଙ୍କୁ ମିଳୁଥିବା ବେଳେ କୋମଳମତି ଶିଶୁ ଘରେ ପଡ଼ି ରହିଛି। ବାରମ୍ବାର ନିବେଦନ ପରେ ମଧ୍ଯ କୌଣସି ସୁଫଳ ମିଳି ନ ଥିବାରୁ ବାଧ୍ୟହୋଇ ବ୍ଲକ ପରିସରରେ ଥିବା ମଣ୍ଡପରେ ତିନିଦିନ ଧରି ପଡ଼ି ରହିଛନ୍ତି ଏମାନେ. ଏନେଇ ମୋହନା ବିଡିଓ ହଳଧର ଶବରଙ୍କୁ ପଚାରି ବୁଝିଅକୁ ଅତିଶୀଘ୍ର ତିଶୀଘ୍ର ରହିବା ପାଇଁ ଘର ଖଣ୍ଡେ ବ୍ୟବସ୍ଥା କରି ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ