ଏସ.ଏ.ବିଦ୍ୟାପୀଠ : ପ୍ରାକ୍ତନ ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ମହାମିଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର କାଳୀ ଚରଣ ସ୍ମୃତି ମଣ୍ଡପରେ ଫେବୃଆରୀ ୧୧ ତାରିଖ ଦିନ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ଏକ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା ବୁଗୁଡା ପିପୁଲସ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ୧୯୬୯ ମସିହା ଠାରୁ ଆରମ୍ଭ କରି ୨୦୨୪ ଆରମ୍ଭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇ ପରସ୍ବରର ଭାବ ଆଦାନପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପୂର୍ବତନ ପ୍ରଧାନଶିକ୍ଷକ, ଶିକ୍ଷକ, ,କର୍ମଚାରୀ ଓ ଛାତ୍ର – ବିଜୟ କୁମାର ସାହୁ, ଗୋପାଳ ଚନ୍ଦ୍ର ନାୟକ, ବଳରାମ ପଣ୍ଡା, ବଂଶୀଧର ନାୟକ, ବୀର ବିକ୍ରମାଦିତ୍ୟ ଆରୁଖ, ବିନାୟକ ପ୍ରଧାନ, ଡକ୍ଟର ବୃନ୍ଦାବନ ନାୟକ, ଏବଂ ବର୍ତ୍ତମାନର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଓ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉପସଭାନେତ୍ରୀ ବଙ୍ଗାଳୀ ମୁଣ୍ଡା ଓ ସହସମ୍ପାଦକ ଟି.ସମୀର ସାମନ୍ତରା ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ