ଆନନ୍ଦଜୀବନ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ଆନନ୍ଦଜୀବନ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ମଧୁସୁଦନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ରପୁର ବନପାଳ ମଳୟ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ନିୟୁଜର ପ୍ରତିନିଧି କିଶୋର ଆଚାର୍ଯ୍ୟ,ସ୍କୁଲର ଚେୟାରମ୍ୟାନ ଇଂ ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ଅଭିଭାବକ ମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ଅପବ୍ୟବହାରରୁ ଦୁରେଇ ରଖିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସୁଶାନ୍ତ କୁମାର ଜେନା, ରଞ୍ଜିତ କୁମାର ଜେନା, ବିଭୁତି ଭୂଷଣ ବେହେରା, ଶ୍ରୀକାନ୍ତ କୁମାର ସୁତାର, ଅର୍ପିତା ସ୍ୱାଇଁ, ଜ୍ୟୋତିର୍ମୟୀ ମଲ୍ଲିକ, ଜ୍ୟୋତ୍ନାରାଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ