ବିଦ୍ୟା ପବ୍ଲିକ ସ୍କୁଲ ୮ତମ ବାର୍ଷିକ ଉତ୍ସବ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ନିର୍ଦ୍ଦେଶକ ଅଞ୍ଜନ କୁମାର ପଣ୍ଡାଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଂଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ରୂପେ ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଅପୂର୍ଣା ଡ଼ାଙ୍ଗୁଆ , ଗଂଜାମ ବ୍ଲକ ଏବିଇଓ ବିଜୟ କୁମାର ବେହେରା, ଗଂଜାମ ମେଡିକାଲ ଅଫିସର ରେଜିକ୍ ମିର୍ଜା , ଗ୍ରାସିମ କମ୍ପାନୀ ସିଏସଆର ମୁଖ୍ୟ ତଥା କବି ସୁସ୍ମିତା ବେହେରା, ସିଆରସିସି ମହେଶ୍ବର ବେହେରା, ଓ ମୁଖ୍ୟବକ୍ତା ରୂପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ମୂଖ୍ୟ ଡ଼. ରତ୍ନା ସାହୁ ଯୋଗଦେଇଥିଲେ।ସ୍କୁଲ ଅଧ୍ଯକ୍ଷା ଜୋସ୍ନାରାଣୀ ପଣ୍ଡା ମାଞ୍ଚାସିନ ଥିଲେ । ସ୍କୁଲ ଡ଼ାଇରେକ୍ଟର ଅଞ୍ଜନ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରଶ୍ମିତା ଦଳେଇ । ଶିକ୍ଷକ ଦାମୋଦର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥୁଲେ ଶିକ୍ଷକ ବିନୋଦ ଚନ୍ଦ୍ର ପଲେଇ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ଅଥିତି ମାନେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଟିଭିରେ ପ୍ରସାରିତ ହେଉଥିବା ” ପଲଟିକଲ ସର୍କେଷର ” ବ୍ୟଙ୍ଗ କଳାକାର, ହାସ୍ୟ ଅଭିନେତା ରବୀନ୍ଦ୍ର ରାଉତଙ୍କ ହାସ୍ୟାୟାତ୍ମକ ଡାଇଲାକରେ ହସି ହସି ବେଦମ ହୋଇଥିଲେ ଉପସ୍ଥିତ ଜନସାଧାରଣ। ପରେ ବିଦ୍ୟାର୍ଥୀଙ୍କ ଦ୍ବାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ଶିକ୍ଷୟିତ୍ରୀ ପି.ସୁଜାତା, ପ୍ରଣତି ଦାସ, ରଶ୍ମିସ୍ବାଇଁ, ପ୍ରଜ୍ଞା ନାହାକ, ରଶ୍ମିତା ସାହୁ, ଅର୍ପିତା ପ୍ରଧାନ, ମିତା ଦିଦି, ଅଞ୍ଜନା ବେହେରା, ଲିଜ଼ା ଦାସ, ପଲ୍ଲବୀ ପଣ୍ଡା , ସେବୀକା ସବିତା ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାର୍ଥୀ ଓ ଅଭିଭାବକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ