ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ସ୍ଥାୟୀ ଶିକ୍ଷାଳୟ ପ୍ରତିଷ୍ଠା ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ନିଜସ୍ୱ ସ୍ଥାୟୀ ଶିକ୍ଷାଳୟ ପ୍ରତିଷ୍ଠା ହୋଇଯାଇଅଛି।କର୍ତ୍ତା ଭାବେ ଶ୍ରୀଯୁକ୍ତ ସୁରେନ୍ଦ୍ର ପଣ୍ଡା ଓ ଶ୍ରୀମତୀ କୁନି ପଣ୍ଡା କାର୍ଯ୍ୟ ସଂପାଦନା କରିଥିବା ବେଳେ ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଓ ବରିଷ୍ଠ ଶିକ୍ଷାବିତ୍ ବିଜୟ କୁମାର ବିଶ୍ବାଳଙ୍କ ମାର୍ଗଦର୍ଶନ କ୍ରମେ କାର୍ଯ୍ୟ ପରିଚାଳିତ ହୋଇଥିଲା। ଅତିଥି ଭାବେ ସ୍ଥାନୀୟ ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ ସୁବାସ ବେହେରା ,ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା , ଦିଗପହଣ୍ଡି ହରପ୍ରିୟା ଆଶ୍ରମର ସନ୍ଥ ଯୋଗୀ ଦେବଦତ୍ତ ମହାରାଜ ,କୋରାପୁଟର ବିଶିଷ୍ଟ ସମାଜ ସେବୀ ଡଃ ଜଳେନ୍ଦ୍ର ତ୍ରିପାଠୀ, ସମାଜସେବୀ ବନମାଳୀ ସେଠୀ, ଓଉର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ, ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ଉପଦେଷ୍ଟା ଇଂ. ବିନୋଦ ପାଢ଼ୀ, ବ୍ରହ୍ମପୁର MKCG ହସ୍ପିଟାଲ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସତୀଶ ମହାପାତ୍ର , ଶିଶୁ ଶଲ୍ୟ ବିଶେଷଜ୍ଞ ଡ. ମାନସ ରଞ୍ଜନ ଦାସ , ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶ୍ଵିନୀ କୁମାର ବେହେରା , ଗଞ୍ଜାମ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗୀରଥୀ ବେହେରା, ଗଞ୍ଜାମ ତହସିଲଦାର ଶ୍ରୀ କୁଞ୍ଜ ବିହାରୀ ବଡ଼ଜେନା, ଆଦିତ୍ୟ ବିର୍ଲା ଗ୍ରାସିମ ପରିଚାଳକ ଅଜୟ ଗୁପ୍ତା, ଗୋପାଳପୁର ପୋର୍ଟ Vice President ଶ୍ରୀ ଅଜୟ କୁମାର ମିଶ୍ର ଉପସ୍ଥିତ ରହିଥିଲେ। ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ଶିକ୍ଷା ଗୁରୁ ନିରଞ୍ଜନ ମୁଦୁଲି, ମନ୍ମଥ ନାୟକ, ଶଙ୍କର ନାରାୟଣ ବେଜ, C. H ସୁଧାକର ରାଓ, ପ୍ରମୁଖ ଉପସ୍ଥିତ ରହି ଆଶୀର୍ବାଦ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ପାଦ ପ୍ରକ୍ଷାଳନ କରି ସ୍ବାଗତ କରିବା ଓ ପୂଜ୍ୟପୂଜା ପରମ୍ପରା ରକ୍ଷାକରି ଉତ୍ତରୀୟ ପ୍ରଦାନ କରି ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମଗିରିର ଶ୍ରୀମାନ ବ୍ରଜ ଗୋବିନ୍ଦ ଦାସଙ୍କ ସଙ୍କୀର୍ତ୍ତନ ମଣ୍ଡଳୀ ସହଯୋଗରେ ନାମ ଉତ୍ସବ ଆୟୋଜନ କରାଯାଇଥିଲା, ଉକ୍ତ ନାମଉତ୍ସବ ରେ ସୁବଳୟା ଗ୍ରାମ ର ସଙ୍କୀର୍ତ୍ତନ ମଣ୍ଡଳୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଂଚାଳନ ଦାୟିତ୍ଵ ଆଲପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ବେହେରା ଓ CRCC ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ, ସ୍ବସ୍ତି ସୁନ୍ଦର ସଂଯୋଜନା କରିଥିଲେ। ଉକ୍ତ ଭଭ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ହିଞ୍ଜିଳିକାଟୁ ସୋୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଡଃ ସୁଦାମ ସାହୁ, ମହାନ୍ ସଂଘ ର ସଭାପତି ସୁଶାନ୍ତ ସାବତ, ରଞ୍ଜନ ନାହାକ, ପୂର୍ବତନ ସରପଞ୍ଚ ଜୟଶେନ ପ୍ରଧାନ, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ସମାଜସେବୀ ଯଯାତି କେଶରୀ ନାୟକ, ସମାଜସେବୀ ଶିବ ପ୍ରସାଦ ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ,ଦୀପା ସାହୁ,ଗୁରୁବାରୀ ବେହେରା, ସ୍ବପ୍ନାରାଣୀ ପାତ୍ର, ପ୍ରମୋଦ ବାରିକ, ଦେବାଶିଷ ବେହେରା, ମନୋଜ କୁମାର ପାଢ଼ୀ, ମାମାଲି ସାହୁ, ରୂପାଲି ମୁଦୁଲି, ସୁଦେଷ୍ଣା ପାଣିଗ୍ରାହୀ, ସୋନିଆ ଦେବୀ, ଯାତାୟତ ର ପ୍ରମୁଖ ସନ୍ତୋଷ ଭାଈ ଏବଂ ପବିତ୍ର ଭାଈ ପ୍ରମୁଖ ସହଯୋଗ କରିଥିଲେ। ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ଶିକ୍ଷା ପ୍ରଗତି କ୍ଷେତ୍ରରେ ଏହିଭଳି ଉଦ୍ୟମ ପଣକୁ ସବୁ ମହଲରେ ପ୍ରଶଂସା କରାଯାଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ