ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ବିଶାଳ କଳସ ଶୋଭାଯାତ୍ରା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ପ୍ରଥମେ ଅଙ୍କୁରା ରୋପଣ ପୂଜା ସମାପ୍ତ ହେବା ପରେ ସୋମବାର ଅନୁଷ୍ଠିତ ହୋଇଛି ବିଶାଳ କଳସ ଶୋଭାଯାତ୍ରା । ମା’ ବରାଳ ଦେବୀଙ୍କ ପୀଠରେ ସକାଳ ନିତି ସମାପନ ହେବାପରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ନାମ ସଂକୀର୍ତ୍ତନ ସହ ଖଡ଼ଗ ନଦୀ କୂଳରେ ପହଁଚିଥିଲେ । ସେଠାରେ ପୂଜାର୍ଚ୍ଚନା କରି ଜଳ ନେଇ ନାମ ସଂକୀର୍ତ୍ତନ ସହ ବିରାଟ କଳସ ଶୋଭାଯାତ୍ରାରେ ମା’ଙ୍କ ପୀଠକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ । ମଙ୍ଗଳ ବାର ଠାରୁ ୨୪ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ସହ ରତ୍ନମୁଦ, ମନ୍ଦିର ପ୍ରତିଷ୍ଠା ସହ ମା’ଙ୍କ ବିଗ୍ରହ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଟୁନା ଦାସ । ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ବାଲିଗୁଡ଼ା ସହରରେ ଭକ୍ତିଭାବ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ମା’ଙ୍କ ଏହି ପ୍ରାଚୀନ ମନ୍ଦିରଟି ଦୀର୍ଘ ଦିନ ଧରି ପ୍ରତିଷ୍ଠା ହୋଇନଥିବା ବେଳେ ସହରର ଜଣାଶୁଣା ବ୍ୟକ୍ତି ଟୁନା ଦାସ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଏହି ଅବସରରେ ବିଧାୟକ ଚକ୍ରମଣି କହଁର ଯୋଗଦେଇ ବେସ୍ ଆତ୍ମ ସନ୍ତୁଷ୍ଟି ଲାଭ କରିବା ସହ ଟୁନା ଦାସଙ୍କ ଏଭଳି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏଥିସହିତ ବାଲିଗୁଡ଼ା ଅଞ୍ଚଳର ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି ମା’ଙ୍କ ନିକଟରେ । ଏହି ଅବସରରେ ବିଧାୟକଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ହଜାର ହଜାର ଭକ୍ତ ଯୋଗଦେଇ ମା’ଙ୍କ ଭକ୍ତିକୃପା ଲାଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ