ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ କୁ ବାଲିଗୁଡା ପୋଲିସ ସୋମବାର ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅର୍ନ୍ତଗତ ପାଙ୍ଗାପଡ଼ା ଗ୍ରାମର ଶପନ ପାଟ୍ଟମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘର ନିର୍ମାଣ କାମ କରିବାକୁ ଯାଇ ଗୁମୁଡୁମାହାରୁ ଘର ମାଲିକଙ୍କ ସମ୍ପର୍କୀୟଙ୍କ ୧୭ ବର୍ଷର ନାବାଳିକା ଝିଅକୁ ଗତ ଡ଼ିସେମ୍ବର ୨୬ ତାରିଖରେ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିବା ପରେ ବାଲିଗୁଡ଼ାରେ ଛାଡ଼ି ଚାଲିଯାଇଥିଲା ଶପନ । ସମ୍ପୃକ୍ତ ନାବାଳିକା ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଧାରା ୩୭୬(୧),୩୬୩,୫୦୬,ଓ ଆଇପିସି ୬ ପୋକ୍ସୋ ଦଫା ଅନୁଯାୟୀ ପାଙ୍ଗାପଡ଼ା ଗ୍ରାମରୁ ଅଭିଯୁକ୍ତ ଶପନ ପାଟ୍ଟମାଝୀକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ