ମିଠିଗାଁ ରୁ ଅପହୃତ ନାବାଳିକା ହାଇଦ୍ରାବାଦରୁ ଉଦ୍ଧାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ସୋସୋ ଥାନା ଅଧିନସ୍ଥ ମିଠିଗାଁ ଗ୍ରାମରୁ ଅପହୃତ ହୋଇଥିବା ନା ବାଳିକା କୁ ସୋସୋ ପୁଲିସ ହାଇଦ୍ରାବାଦରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ସୂଚନା ଅନୁଯାୟୀ ଗତ୪ତାରିଖ ଦିନ ସ ଢା ଗ୍ରାମର ଜଣେ ନା’ବାଳକ ମିଠି ଗାଁ ଗ୍ରାମର ଜଣେ ନା ବାଳିକା କୁ ଅପହରଣ କରିନେଇ ପଳାଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ନିରାଶ ହେବା ପରେ ସୋ ସୋ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତଦନ୍ତ କରିବାବେଳେ ସେମାନେ ହାଇଦ୍ରାବାଦରେ ଥିବା ଜଣା ପଡିଥିଲା। ଥାନା ଏଏସଆଇ ନରସିଂହ ତନ୍ତି ଓ କନେଷ୍ଟବଳ କପିଳେଶ୍ୱର ରାଉତ ହାଇଦ୍ରାବାଦ ଯାଇ ନା’ବଳିକାକୁ ଉଦ୍ଧାର କରି ସୋସୋ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି।