ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ ଅଧିବେଶନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝରର ଜିଲ୍ଲା ସ୍ତରୀୟ ଅଧିବେଶନ ହାଟଡ଼ିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ପୋଡାସିଙ୍ଗିଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅତୁଳ କୁମାର ବଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଅଧିବେଶନରେ ହାଟଡ଼ିହି ବ୍ଲକସଙ୍ଘର ସଭାପତି ଶ୍ରୀକାନ୍ତ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ମୁକୁନ୍ଦ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ହାଟଡ଼ିହି ବ୍ଲକ ଶିକ୍ଷକ ସଂଘର ଉପଦେଷ୍ଟା ବନବିହାରୀ ବେହେରା, ଅନନ୍ତଗୋପାଳ ବେହେରା, ଲଷ୍ମୀଧର ସେଠୀ, ଯଯାତି କେଶରୀ ରାଉତ ପ୍ରମୁଖଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହୀ ଅଧିବେଶନରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିକ୍ଷକ ମାନଙ୍କ ପଦୋନ୍ନତି, ଡି .ଏମ .ଏଫ ତରଫରୁ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଅଣ୍ଡାର ଅର୍ଥରାଶି ପରିମାଣ ବୃଦ୍ଧି କରିବା ଆଦି ସମସ୍ୟା ଉପରେ ଆଲୋଚନା କରାଯାଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଶେଷରେ ବ୍ଲକ ସଙ୍ଘ ସମ୍ପାଦକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାମଚନ୍ଦ୍ର ସାହୁ, ବଳରାମ ଦାସ, କାର୍ତ୍ତିକେଶ୍ୱର ଦଳେଇ, ବିଜୟ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ