ଓସ୍କାଡ ବ୍ଯାଙ୍କ ପୂର୍ବତନ ସଭାପତିଙ୍କ ଦ୍ବାରା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଳକ ରାଧାଦେଇପୁର ପଞ୍ଚାୟତରେ ମଧୁବାବୁ ପେନସନ ବଣ୍ଟନ ମେଳା ଗରିବ ହିତାଧିକାରୀଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓସ୍କାଡ ବ୍ଯାଙ୍କ ପୂର୍ବତନ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଯୋଗଦେଇ ବାର୍ଦ୍ଧକ୍ୟ , ବିଧବା , ଭିନ୍ନକ୍ଷମ ପ୍ରମୁଖ ପେନସନ ଧାରୀଙ୍କ ପାଈଁ ବୃଦ୍ଧି ରାଶିକୁ ବଣ୍ଟନ କରିଥିଲେ । ସେହିଭଳି ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ସହ ଦୁଇଗୋଟି ବ୍ଯାଗ୍ ପ୍ରଦାନ କରିଛନ୍ତି । ପରିଶେଷରେ ଶ୍ରୀ ସ୍ବାଇଁ ପଞ୍ଚାୟତବାସୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ହିତାଧାରୀଙ୍କ ସମେତରାଧାଦେଇପୁର ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ