ନାଉଗାଁ ଥାନା ଆମ ପୋଲିସ ସମିତିର ବୈଠକ ଓ ଆଲୋଚନା ଚକ୍ର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଂଚାୟତସ୍ଥିତ ରୋହିଆ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ନାଉଗାଁ ଆମ ପୋଲିସ ସମିତି ପକ୍ଷରୁ ଏକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମିତିର ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଥାନାଧିକାରିଣୀ ସଂଘମିତ୍ରା ନାୟକ ଯୋଗ ଦେଇ ଆମ ପୋଲିସ ସମିତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂର୍ପକରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ମହାନ୍ତି, ଅର୍ଜୁନ ଚରଣ ରାଉତ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଖବରଦାତା ଅଭିମନ୍ୟୁ ସାହୁଙ୍କୁ ସମିିତିର ସଭ୍ୟ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ସମିିତି ପକ୍ଷରୁ ସବୁ ପଂଚାୟତରେ ଏହିପରି ବୈଠକ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ପାଇଁ ସର୍ବସମ୍ମତି ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ୨୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ସମିତିର ସଭ୍ୟ ସିଦ୍ଧେଶ୍ୱର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ