ଆମ ହସ୍ପିଟାଲ ଉଦ ଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାୟ ୧ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ରେ ନିମାପଡା ମେଡିକାଲ ଠାରେ ନିର୍ମିତ ଆମ ହସ୍ପିଟାଲ କୁ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି।ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚାରୋଟି ବହିର୍ବିଭାଗ , ଔଷଧ ବିତରଣ କେନ୍ଦ୍ର, ତିନୋଟି ଟିକେଟ କାଉଣ୍ଟର , ଅତ୍ୟାଧୁନିକ ଲାବ୍ରୋଟେରୀ ଏବଂ ପ୍ରତୀକ୍ଷାଳୟ ର ନିର୍ମାଣ ହାଇଛି । ଆମ ହସ୍ପିଟାଲ ଉଦଘାଟନ ସମୟ ରେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଧାୟକ ଶ୍ରୀ ଦାଶ ଙ୍କ ସହିତ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ, ଭାରପ୍ରାପ୍ତ ଡାକ୍ତର କ୍ଷମାନିଧି ସେଠି, ଚାରିଛକ ମେଡିକାଲ ଅଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ, ଏ ଡି ଏମ ଓ ବିରଜା ଶଙ୍କର ରଥ,ପୂର୍ତ୍ତି ବିଭାଗ ଯନ୍ତ୍ରୀ ଶଶିବ୍ରତ ଜେନା,ଆଇ ତ୍ରିନାଥ ପାତ୍ର ,ନଗର ବିଜେଡ଼ି ସଭାପତି ଜୀବନାନନ୍ଦ ମହାପାତ୍ର,ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ, ଉପାଧ୍ୟକ୍ଷ ସନ୍ତୋଷ ଦାଶ,ଧନୁର୍ଧର ଦାସ,ସନକ ପ୍ରଧାନ, ଅଶୋକ ସାହୁ,ସତ୍ୟଜିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ