ଚିତ୍ରକୋଣ୍ଡା ବ୍ଲକ କୋଣ୍ଡାରେଡ୍ଡୀ ସଂପ୍ରଦାୟ ରାଜ୍ୟ ସରକାର ଙ୍କ ଚେଷ୍ଟା ରେ ଆଦିବାସୀ ମାନ୍ୟତା ପାଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଧନ୍ୟବାଦ

ଚିତ୍ରକୋଣ୍ଡା, (ବିମଲକିଶୋର ମିଶ୍ର):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ଠାରେ କୋଣ୍ଡାରେଡ୍ଡୀ ସଂପ୍ରଦାୟ ପାଳିଲେ ବିଜୟ ଦିବସ।କୋଣ୍ଡାରେଡ୍ଡୀ ସଂପ୍ରଦାୟ ପକ୍ଷରୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଵ ଦାବି ହେଇ ଆସୁଥିଲା କୋଣ୍ଡାରେଡ୍ଡୀ ସଂପ୍ରଦାୟ କୁ ଜନଜାତି ର ମାନ୍ୟତା ପ୍ରଦାନ କରିବାପାଇଁ ଗତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଣ୍ଡାରେଡ୍ଡୀ ସଂପ୍ରଦାୟ କୁ ଜନଜାତି ମାନ୍ୟତା ବିଲ ପାରିତ ହୋଇଥିଲା।ରାଜ୍ୟ ସରକାରଙ୍କ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ଦାବି ଉପସ୍ଥାପନ ଓ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଲୋକସଭାରେ ବହୁବାର କୋଣ୍ଡାରେଡ୍ଡୀ ଙ୍କୁ ଜନଜାତି ମାନ୍ୟତା ପାଇଁ ଦାବି ଉପସ୍ଥାପନ କରିଥିଲେ।ସେଥିପାଇଁ କୋଣ୍ଡାରେଡ୍ଡୀ ସଂପ୍ରଦାୟ ପକ୍ଷରୁ ସାଂସଦ ଙ୍କୁ ଉଚ୍ଚସିତ ସମ୍ବର୍ଧନା ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।କୋଣ୍ଡାରେଡ୍ଡୀ ସଂପ୍ରଦାୟ ପକ୍ଷରୁ ୨୦୦୦ ମସିହାରୁ ସେମାନଙ୍କୁ ଜନଜାତି ର ମାନ୍ୟତା ଦେବା ପାଇଁ ଦାବି ଉପସ୍ଥାପନ ହୋଇଆସୁଛି ଏହା ସହ ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଏହିନେଇ ଦାବି ଉପସ୍ଥାପନ କରିଆସୁଥିଲେ ରାଜ୍ୟ ସରକାରଙ୍କ ଦାବିକୁ ଗୁରୁତ୍ଵ ଦେଇ କେନ୍ଦ୍ର ସରକାରଙ୍କ ଗୋଟିଏ କମିଟି ଗତବର୍ଷ ଜାନୁଆରୀ ମାସରେ ପାପୁଲୁର, କୁର୍ମାନୂର ଅଞ୍ଚଳ ଗ୍ରସ୍ତ କରି କୋଣ୍ଡାରେଡ୍ଡୀ ଙ୍କ ଚାଲି ଚଳନ ଓ ସେମାନଙ୍କ ବାସସ୍ଥାନ ପୂଜା ପର୍ବାଣୀ ବିଷୟରେ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ ସେହି ରିପୋର୍ଟ କୁ ସରକାର ତର୍ଜମା କରି ଗତ ଲୋକସଭା ଅଧିବେଶନ ସମୟରେ କୋଣ୍ଡାରେଡ୍ଡୀ ଙ୍କୁ ଜନଜାତି ର ମାନ୍ୟତା ପ୍ରଦାନ କରିଥିଲେ।ସେଥିପାଇଁ ଆଜି କୋଣ୍ଡାରେଡ୍ଡୀ ସଂପ୍ରଦାୟ ପକ୍ଷରୁ ସାଂସଦ ଙ୍କୁ ସମ୍ବର୍ଧନା ଦେବାସହ ଓ ବିଜୟ ଦିବସ ପାଳନ କରାଯାଇଛି।ଏହି ସମ୍ବର୍ଧନା ସଭାର ଅୟଯୋନ , କୋଣ୍ଡାରେଡ୍ଡୀ ସଂପ୍ରଦାୟ ର ନେତା ରାମାରାଓ ମାଝୀ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ