ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସ୍ୱାଭିମାନ ଅଂଚଳ ପଞ୍ଚାୟତ ବାସୀ

ଚିତ୍ରକୋଣ୍ଡା, (ବିମଲକିଶୋର ମିଶ୍ର):ନିର୍ବାଚନ ନିମନ୍ତେ ଉଷ୍ମ ହେବାରେ ଲାଗିଛି ରାଜ୍ୟ ରାଜନୀତି.ସେହିପରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି. ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଆଶାଇ ବିଧାୟକ ପାର୍ଥି ମାନେ ନିଜର ସଂଗଠନ କୁ ମଜବୁତ କରିବା ପାଇଁ ଗାଁ ଗାଁ ରେ ସଭା ସମିତି କରି ଲୋକଙ୍କ ନିକଟରେ ପହଂଚିବାକୁ ଏବେ ଠାରୁ ପ୍ରୟାସ ଆରମ୍ଭ କରି ଦେଲେଣି. ଆଜି ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ର ଦରଲାବେଢ଼ା ଠାରେ ପଣସଫୁଟ, ଯନ୍ତ୍ରୀ, ଅଣ୍ଡିରାପଲ୍ଲୀ, ଯୋଡାଆମ୍ବ, ପାଞ୍ଚ ଗୋଟି ପଂଚାୟତ ର ଶହ ଶହ ଲୋକେ ଦରଲାବେଢ଼ା ଠାରେ ଏକତ୍ରିତ ହୋଇ ଏହି ଅଂଚଳ ରେ ପୂର୍ବରୁ କାର୍ଯ୍ୟରତ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଯୁଜନତା ଦଳ ର ବିଧାୟକ ପାର୍ଥି କରିବା ନିମନ୍ତେ ସଭା କରିବା ସହ 5ଟି ଅଧକ୍ଷ ପାଣ୍ଡିଆନ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି. ଯେଉଁ ସମୟରେ ଏହି ସବୁ ଅଞ୍ଚଳରେ ନକ୍ସଲ ରାଜ କରୁଥିଲେ ସେହି ସମୟରେ ନିଜ ଜୀବନକୁ ଖାତିର ନକରି ଗାଁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.ଯେଉଁଥି ପାଇଁ ଆଜି ସମଗ୍ର ସ୍ୱାଭିମାନ ଅଂଚଳ ନକ୍ସଲ ମୁକ୍ତ ହୋଇ ହୋଇଥିବା ପଞ୍ଚାୟତ ବାସୀ ପ୍ରକାଶ କରିଛନ୍ତି.ଲକ୍ଷ୍ମୀ ନାରାୟଣ ମୁଦୁଲି ଜଣେ ଶାନ୍ତ ସ୍ଵଭାଵ, ମିଷ୍ଟଭାସି, ପରୋଉପକାରୀ ବ୍ୟକ୍ତି ଭାବେ ଘରେ ଘରେ ପରିଚିତ. ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳ ପକ୍ଷରୁ ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କୁ ପାର୍ଥି କଲେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ଆହୁରି ଉନ୍ନତି ହୋଇ ପାରିବ ବୋଲି ଅଂଚଳ ବାସୀ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ