ହିତାଧିକାରୀ ଙ୍କୁ ଜୀବିକା ସହାୟତା ରାଶି ଓ ଜମି ପଟ୍ଟା ବଣ୍ଟନ କଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପରିବାର ପିଛା ଏକ ହଜାର ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ ।ସେହିପରି ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ରାଜସ୍ଵ ମେଳା ଓ ଜୀବିକା ସହାୟତା ରାଶି ପ୍ରଦାନ ଅବସରରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଆତିଥି ଭାବେ ଯୋଗ ଦେଇ ଇଞ୍ଜଜରର ରାଜସ୍ୱ ସର୍କଲ ଅଧୀନରେ ୧୯୭ ଜଣ ଓ ବାହାଡ଼ାପଦର ଆରଆଇ ସର୍କଲରେ ଆଧୀନରେ ୧୪୦ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଡୁମାକୁମ୍ପା, ବାହାଡାପଦର ହାଇସ୍କୁଲ, ବଡ଼କୋଦଣ୍ଡା କଲ୍ୟାଣମଣ୍ଡପ ଓ ଠାକୁରାଣୀ ମନ୍ଦିର ସାମ୍ନାରେ ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ପଟ୍ଟା ବଣ୍ଟନ କରିବା ସହ ରାସନକାର୍ଡ଼ ହିତାଧିକାରୀଙ୍କୁ ଜୀବିକା ସହାୟତା ରାଶି ବଣ୍ଟନ କରିଥିଲେ । ଦୀର୍ଘଦିନ ଧରି ଲୋକଙ୍କ ନାମରେ ଜ‌ମି ରହିଥିଲେ ମଧ୍ୟ ତା’କୁ ହସ୍ତାନ୍ତର କିମ୍ବା ପଟ୍ଟା ସୁବିଧାରୁ ସେମାନେ ବଞ୍ଚିତ ଥିଲେ। ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଚେଷ୍ଟିତ ଥିଲେ।ଗ୍ରାମ କଣ୍ଟକ ଘରବାରି ପଟ୍ଟା ବଣ୍ଟନ ଦ୍ୱାରା ସେମାନେ ନିଜ ଆଧିକାର ପାଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ବ୍ଲକ୍ ଅଧ୍ୟକ୍ଷ ନରିସଭା ନାୟକ, ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ତହସିଲଦାର ଉମାଶଙ୍କର ଦେହେରା, ବିଡ଼ିଓ ପୂର୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ପ୍ରାକ୍ତନ ନଗରପାଳ ସୁଧୀର ଉତ୍ତଜ ଦେହେରା, ପ୍ରାକ୍ତନ ସରପଞ୍ଚ ଇଂ.ଲିଙ୍ଗରାଜ ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ. ଶ୍ୟାମଘନ ପ୍ରଧାନ,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ