ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ‘ଖୁସି ୨୦୨୪’ ସମ୍ପନ୍ନ

ବ୍ରହ୍ମପୁର, (ଅନିଲ କୁମାର):ସଂସ୍କୃତି ଭବନ ଠାରେ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ‘ଖୁସି ୨୦୨୪’ ସମ୍ପନ୍ନ ହୋଇଯାଇଛି। ସେଣ୍ଟ ଜାଭିଏର୍ସ ସିଟି ମୋଣ୍ଟେସୋରୀ ସ୍କୁଲ ଗଜପତି ନଗର ଶାଖା ପକ୍ଷରୁ ବାର୍ଷିକୋତ୍ସବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଜି.ଏସ୍. ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ କମାଣ୍ଡର ଡି‌. ଜେ. ସିଂ ମୁଖ୍ୟଅତିଥି ଓ ଖ୍ୟାତନାମା ଉଦ ଘୋଷକ ହୃଷୀକେଶ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଆଗକୁ ବଢ଼ିବା ସକାଶେ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟମ୍ବଦା ଦାଶ, ଇଂ କୁନାଲ କୌଶିକ ପଣ୍ଡା, ଉଷାରାଣୀ ପଟ୍ଟନାୟକ, କାହ୍ନୁଚରଣ ପଣ୍ଡା, ଡ. ବିନାୟକ ସାହୁ, ଇଂ ରାହୁଲରାଜ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶିଶୁମାନ‌େ ବିଭିନ୍ନ ନୃତ୍ୟ, ଗୀତ ଓ ସଂଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ। ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ