ଦୁଇ ପଡୋଶୀ ଙ୍କ ମଧ୍ୟରେ ମାରପିଟ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଧିନ ଏକ ଗାଁ ରେ ଘରେ ପଶି ଜଣେ ନାବାଳିକା ଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା  ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଏସ.ମୁନା ରେଡ୍ଡୀ ଙ୍କୁ ଥାନା ମାମଲା ନଂ.୯୨/୨୪ ଦଫା – ୨୯୪/୩୨୩/୩୪୧/୩୫୪/ ୫୦୬/୧୯୫(କ) ଏବଂ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା -୧୨ ଅନୁଯାୟୀ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ତାଙ୍କ ପଡୋଶୀ ଙ୍କ ଘରେ କେହି ପୁରୁଷ ଲୋକ ନଥିବା ସୁଯୋଗ ନେଇ ଘରେ ପଶି ଗାଳି ଗୁଲଜ କରିବା ସହ ଘରର ମୂରବୀ ଜଣେ ମହିଳା ଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ତାଙ୍କ ନାବାଳିକା ଝିଅ ଛଡ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଟଣାଓଟରା କରି ଅଶ୍ଳୀଳ ଭାଷା ରେ ଗାଳି କରିଥିଲେ।ଖବର ପାଇ ଝିଅ ର ବାପା ଅଟୋ ଧରି ଘର କୁ ଆସିବାରୁ ଅଭିଯୁକ୍ତ ଓ  ତାଙ୍କ ପରିବାର ଲୋକେ  ଅଟୋ କୁ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଛି।ଏନେଇ ଏତଲା ହେବା ପରେ ପୋଲିସ ପକ୍ଷରୁ ମକଦ୍ଦମା ରୁଜୁ  କରାଯାଇଥିଲା।ଅପରପକ୍ଷରେ ଥାନା ମାମଲା ନଂ.୯୩/୨୪ ଅନୁଯାୟୀ ପୋଲିସ ପାଲଟା ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ