୧୧ ପୋଲିସ ଇନ୍ସପେକ୍ଟରଙ୍କ ବଦଳି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ରେ କାର୍ଯ୍ୟରତ ୧୧ ଜଣ ପୋଲିସ ଇନ୍ସପେକ୍ଟର ଙ୍କର ବଦଳି ହୋଇଛି। ଗୃହବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ଵାଇଁ ଙ୍କ ର ପୁରୀ ଟାଉନ ଥାନା କୁ ବଦଳି ହୋଇଥିବାବେଳେ ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ ବଳିୟାର ସିଂ ଙ୍କ ର ପୁରୀ କୁମ୍ଭାରପଡ଼ା ଥାନାକୁ, କୁମ୍ଭାରପଡ଼ା ଥାନା ଆଇଆଇସି ଜୟଦୀପ ମହାନ୍ତି ଙ୍କ ର ଗୋପ ଥାନା କୁ, କାକଟପୁର ଥାନା ଆଇଆଇସି ଉମେଶ କୁମାର ସାହୁ ଙ୍କ ର ପିପିଲି ଥାନା କୁ, ପୁରୀ ଟାଉନ ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ ଙ୍କ ର ଅସ୍ତରଙ୍ଗ ଥାନା କୁ, ଗୋପ ଥାନା ଆଇଆଇସି ମହେଶ୍ୱର ସେଠୀ ଙ୍କ ର ପୁରୀ କୁ, କୃଷ୍ଣପ୍ରସାଦ ଥାନା ଆଇଆଇସି ବସନ୍ତ କୁମାର ସାହୁ ଙ୍କ ର ନିମାପଡା ଥାନା କୁ, ରାମଚଣ୍ଡୀ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପୃଷ୍ଟି ଙ୍କ ର କୃଷ୍ଣପ୍ରସାଦ ଥାନାକୁ, କୋଣାର୍କ ଥାନା ଆଇଆଇସି ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ର ରାମଚଣ୍ଡୀ ଥାନାକୁ, ପୁରୀ ଜିଲ୍ଲା ରେ ଯୋଗଦେଇଥିବା ପ୍ରଶାନ୍ତ କୁମାର ପଢ଼ିଆରୀ ଙ୍କୁ କୋଣାର୍କ ଥାନାକୁ ଓ ପିପିଲି ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଙ୍କୁ କାକଟପୁର ଥାନା ର ଆଇଆଇସି ଭାବେ ବଦଳି କରାଯାଇଛି। ବଦଳି ଆଦେଶ ପାଇଥିବା ପୋଲିସ ଇନ୍ସପେକ୍ଟର ମାନେ ଯଥାଶୀଘ୍ର ନିଜ ସ୍ଥାନ ରେ ଯୋଗଦେବାକୁ ଜିଲ୍ଲା ଏସ ପି ପିନାକ ମିଶ୍ର ସମସ୍ତ ଇନ୍ସପେକ୍ଟର ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ