ଗେଡମା ପ୍ରାଥମିକ ବିଦ୍ୟାଳୟରେ ଗଣେଶ ଓ ସରସ୍ୱତୀ ମୂର୍ତ୍ତୀ ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗେଡମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଭୁ ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ମୂର୍ତ୍ତୀ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ମିଠିଗାଁ ସ୍କୁଲର ପ୍ରଧାନଶିକ୍ଷକ ମୋହନ କୁମାର ମହାନ୍ତି, ଗେଡମା ପଞ୍ଚାୟତ ର ସରପଞ୍ଚ ସିଲାରାଣୀ କାଣ୍ଡି, ସମାଜସେବୀ ସୁରେନ୍ଦ୍ର କାଣ୍ଡି, ଶିକ୍ଷାବିତ ଲଷ୍ମୀଧର ସାହୁ, ସି.ଆର.ସି.ସି ସୁଶାନ୍ତ କୁମାର ନାୟକ, ଶିକ୍ଷକ ବିଷ୍ଣୁ ପ୍ରସାଦ ପାଢ଼ୀ, ଚେୟାରମ୍ୟାନ ତପନ କୁମାର ବାରିକ ପ୍ରମୁଖ ଯୋଗଦେଇ ସ୍କୁଲର ପରିବେଶ ପରିଚ୍ଛନ୍ନତାକୁ ପ୍ରଶଂସା କରିବା ସହିତ ଏହି ମୂର୍ତ୍ତି ସ୍ଥାପନ ଦ୍ୱାରା ସ୍କୁଲରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷୟତ୍ରୀଙ୍କ ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ବେଳେ ସହକାରୀ ଶିକ୍ଷକ ସୁରଜ ପଟ୍ଟନାୟକ, ଶୁଭଲଷ୍ମୀ ସେଠୀ, ଆସପେୟାର ଶିକ୍ଷୟତ୍ରୀ ଦେବୀ କଲ୍ୟାଣୀ, ଏସ.ଏମ.ସି ର ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ