ଜାରି ରହିଛି ଅଗ୍ନିବୀର ଯୋଜନା ଅନ୍ତର୍ଗତ ଅନଲାଇନ ପଞ୍ଜୀକରଣ

ବାଲେଶ୍ୱର, (ସରୋଜ ପଣ୍ଡା):ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି । ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ । ଏହି ପରିପ୍ରେକ୍ଷୀରେ ଅଗ୍ନିବୀର ଯୋଜନା ଅନ୍ତର୍ଗତ ବିଭିନ୍ନ ବର୍ଗରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ୦୧ ଅକ୍ଟୋବର ୨୦୦୩ ରୁ ୦୧ ଏପ୍ରିଲ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୋଗ୍ୟ ଅବିବାହିତ ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କୁ ଅନଲାଇନ ଆବେଦନ କରିବା ପାଇଁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜନସାଧାରଣ ନିମନ୍ତେ ସୂଚନା ଦିଆଯାଇଛି I ପଞ୍ଜୀକରଣ ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବସାଇଟ ପରିଦର୍ଶନ କରିବା ପାଇଁ ଅନୁରୋଧ କରାଯାଇଛି I ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିବାର ଶେଷ ତାରିଖ ୨୨ ମାର୍ଚ୍ଚ ୨୦୨୪ ଧାର୍ଯ୍ୟ କରାଯାଇଥିବା ବେଳେ ୨୨ ଏପ୍ରିଲ ୨୦୨୪ ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ I ପ୍ରାର୍ଥୀପ୍ରାର୍ଥୀନୀ ମାନେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ପାସପୋର୍ଟ ଫଟୋ, ଆଧାର କାର୍ଡ ଆଦି ସହିତ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ Iଉଲ୍ଲେଖ ଯୋଗ୍ୟ କି, ଏହି ପ୍ରକ୍ରିୟାରେ କେନ୍ଦ୍ରାଞ୍ଚଳ ରାଜସ୍ବ ବିଭାଜନ, କଟକ ଅଧୀନରେ ଆସୁଥିବା ପୁରୀ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନୟାଗଡ଼ ଜିଲ୍ଲାଗୁଡ଼ିକର ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ