ଛତ୍ରପୁର ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ଏସଏଚଜି କୁ ” ସୁଧ ଫେରସ୍ତ ମେଳା “କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜିଲ୍ଲାସଂସ୍କୃତିଭବନ ପରିସର ରେ ଛତ୍ରପୁର ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ଏସଏଚଜି କୁ ” ସୁଧ ଫେରସ୍ତ ମେଳା “କାର୍ଯ୍ୟକ୍ରମ ବିଡ଼ିଓ ସୁଶାନ୍ତ କୁମାର ବରାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟଅତିଥି ଭାବେ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ର ମା ମାନଙ୍କୁ ସଶକ୍ତ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି, ଆହୁରି ସେମାନଂକୁ ଉତ୍ସାହିତ କରିବା ନିମନ୍ତେ ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଙ୍କ ବଡ଼ ଉପହାର ଦେଇଛନ୍ତି,-ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ, -ୟୁନିଫର୍ମ ପାଇଁ ମିଶନ ଶକ୍ତି ର ସଭ୍ୟା ଓ ବ୍ଲେଜର ବାବଦରେ ଶକ୍ତି -ଲିଡରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଆଜି ଶୁଭାରମ୍ଭ କରିଛନ୍ତି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ ଶାରଦା ରେଡ୍ଡୀ, ସିଡିପିଓ ପ୍ରଣମିତା ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ଲକ୍ଷ୍ମୀପୁର ସରପଞ୍ଚ ଝୁଲି ନାହାକ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ ଚକ୍ରପାଣି ରେଡ୍ଡୀ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ମିଶନ ଶକ୍ତି ର ବିପିସି ସନାତନ ସାହୁ ପ୍ରମୁଖ ଯୋଗଦେଇଥିଲେ, କାର୍ଯ୍ୟକ୍ରମ କୁ ଓଡିଶା ଜୀବିକା ମିଶନ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ସଂଯୋଜନା କରିଥିଲେ, ଏହି ଅବସର ରେ ଛତ୍ରପୁର ବ୍ଲକ ର ମିଶନ ଶକ୍ତି ର ୯୮୪ଟି ଗ୍ରୁପ କୁ ୮୦ଲକ୍ଷ ଟଙ୍କାର ସୁଧ ଫେରସ୍ତ ରାଶି ପ୍ରଦାନ କରାଯାଇଛି,ସେହିପରି ଛତ୍ରପୁର ବ୍ଲକ ର ୨୧୧୭ ଗ୍ରୁପ ର ୨୩ହଜାର ୨୮୦ଜଣମିଶନ ଶକ୍ତି ସଭ୍ୟା ଙ୍କୁ ୟୁନିଫର୍ମ ବାବଦରେ ଏବଂ୨୪୦ଜଣ ମିଶନ ଶକ୍ତି ଲିଡର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ, ଅତିଥି ମାନଙ୍କ ଦ୍ୱାରା ମିଶନ ଶକ୍ତି ର ବିଭିନ୍ନ ଗ୍ରୁପ କୁ ଚେକ ବଣ୍ଟନ କରାଯାଇଥିଲା, ଏହି ଅବସର ଶହ ଶହ ମିଶନ ଶକ୍ତି ର ମାଆ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ