ଭଗତ ସିଂ ଜିମର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଭଗତ ସିଂ ଜିମର ନୂତନ କୋଠା ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନହୋଇଛି ।ଛତ୍ରପୁର ବିଧାୟକ ଙ୍କ ନିଜସ୍ୱ ହାତପାଣ୍ଠିରୁ ୬ଲକ୍ଷ ଟଙ୍କା ଅନୁଦାନରେ ଏହି ନୂତନ କୋଠା ନିର୍ମାଣ ହେବ । ଆଜି ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହାର ଭିତ୍ତି ପ୍ରସ୍ତର କରିଥିଲେ । ଏହା ଛତ୍ରପୁର ସହରର ପୁରାତନ ଜିମ ଅଟେ । ବହୁ ଯୁବକ ମାନେ ଏଠାକୁ ଆସିଥାନ୍ତି । ଏହି କୋଠା ନିର୍ମାଣ ହେଲେ ବହୁ ଯୁବକ ଉପକୃତ ହୋଇପାରିବେ । କାର୍ଯ୍ୟକ୍ରମରେ ଛତ୍ରପୁର ଏଏନସି ଉପଧ୍ୟକ୍ଷ ଜି.ପାପା ରାଓଙ୍କ ସମେତ ଭଗତ ସିଂ ଜିମର ସଭାପତି କେ.ନାରାୟଣ ରାଓ ,ସଂପାଦକ ଟି.ଦାମୋଦର ରେଡିଙ୍କ ସମେତବହୁ କାଉନସିଲର ,ଜିମର କର୍ମକର୍ତା ମାନେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନୂତନ କୋଠା ନିର୍ମାଣ ପାଇଁ ବିଧାୟକ ଶ୍ରୀ ବେହେରା ସହଯୋଗ କରିଥିବାରୁ ଜିମ ଙ୍କ ସମସ୍ତ କର୍ମକର୍ତାମାନେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ