ଅଣ ଓଡ଼ିଆଙ୍କୁ ହତ୍ୟା ଘଟଣା,ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର

ପୋଲସରା, (ଅନିଲ କୁମାର ମହାରଣା):ଫେବୃଆରୀ ୨୬ ତାରିଖ ଦିନ ପୋଲସରାର ମୁଖ୍ୟ ସଡ଼କ ବଜାର ସାହି ଛକ ନିକଟରେ ଥିବା ପୋଲସରା ବିଜୁ ଜନତା ଦଳର ନଗର ସଭାପତି ରଞ୍ଜିତ କୁମାର ସାହୁଙ୍କ ଘର ଉପର ମହଲାରୁ ଜଣେ ଅଣ ଓଡ଼ିଆ ସୁରାଟ ସହର ଉଦନା ଅଞ୍ଚଳର ହେମନ୍ତ ସିଂ ଗୋହିଲଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା।ସୁରତ ଅଞ୍ଚଳର ହେମନ୍ତ ସିଂ ଗୋହିଲ ଓରଫ( ଟିଣିଆ ) (୪୫) ଗତ କିଛି ବର୍ଷ ହେଲା ପୋଲସରାରେ ରଞ୍ଜିତଙ୍କ ସହ ମିଶି ବ୍ୟବସାୟ କରି ଆସୁଥିଲେ। ହେମନ୍ତଙ୍କ ସୁରାଟ ଓ ପୋଲସରା ଅଞ୍ଚଳର ବିଭିନ୍ନ ବ୍ୟବସାୟିଙ୍କ ସହ ସମ୍ପର୍କ ଥିଲା। ସିସିଟିଭି ଫୁଟେଜକୁ ଆଧାର କରି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ କିଛି ଜଣଙ୍କୁ ପୋଲସରା ପୋଲିସ ଚିହ୍ନଟ କରିଛନ୍ତି। ସେମାନେ ସମସ୍ତେ ପୋଲସରା ସହରର ବୋଲି ଶୁଣାଯାଉଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୁରୁଷୋତ୍ତମପୁର ଏସଡିପିଓ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି। ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲିି ପୋଲିସ ପକ୍ଷରୁ ସୂଚନା ମିଳିଛି। ହେମନ୍ତଙ୍କ ମର ଶରୀର ଗତ ୨୬ ତାରିଖ ଦିନ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। କୋୖଣସି ଅସ୍ତ୍ରରେ ହେମନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା। ଗତକାଲି ବ୍ରହ୍ମପୁର ମେଡିକାଲରେ ଶବ ବ୍ୟବଚ୍ଛଦ ସମୟରେ ମୁଣ୍ଡରୁ ଗୋଟିଏ ଗୁଳି ବାହାରିଥିବା ଏଫଏମଟି ଡାକ୍ତର ପ୍ରକାଶ କରିଥିବା ଜଣାପଡିଛି। ଏଥିରୁ ପ୍ରମାଣିତ ହେଉଛି ଯେ ହେମନ୍ତଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ପୋଲସରାରେ ଜଣେ ଯୁବକଙ୍କ ସହ ତାଙ୍କର ହେମନ୍ତଙ୍କ ବ୍ୟାବସାୟିକ ଶତ୍ରୁତା ଥିଲା। ହତ୍ୟାକାଣ୍ଡ ସହ ତାହାର ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ପୋଲିସ ସୂଚନା ଦେଇଛି। ଗତକାଲି ହେମନ୍ତଙ୍କ ଭାଇ ବିପୁଲ କନକ ସିଂ ଗୋହିଲ ବ୍ରହ୍ମପୁର ମେଡିକାଲରେ ପହଞ୍ଚି ଶବକୁ ରାତିରେ ନେଇ ସୁରାଟକୁ ଫେରିଥିବା ବେଳେ ଭାଇର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି। ହେମନ୍ତଙ୍କ ବ୍ୟାବସାୟିକ ବନ୍ଧୁ ରଞ୍ଜିତ ସାହୁଙ୍କ ଏତଲା ଆଧାରରେ ପୋଲସରା ଥାନା କେସ୍ ୧୪୫/୨୪ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲା। ସହରର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ସନ୍ଦିଗ୍ଧ ଯୁବକ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରୀ ରଖିଛି। ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ ବୋଲି ଆଇ ଆଇ ସି କୌଶିକ ମାଝି ପ୍ରକାଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ