ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବତୀଘର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ତାମିଲିନାଡୁରେ ଭର୍ଚୁଆଲରେ ସାରା ଦେଶରେ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କର ୭୫ଟି ବତୀଘରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆମ ରାଜ୍ୟର ୬ଟି ବତୀଘରର ଲୋକାର୍ପଣ ପାଇଁ ଚନ୍ଦ୍ରଭାଗା ସ୍ଥିତ ବତୀଘର ପରିସରରେ ପାର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦେଶ୍ୟରେ କେନ୍ଦ୍ର ସରକାରଙ୍କ ବନ୍ଦର ଓ ଜଳ ପରିବହନ ମନ୍ତ୍ରାଳୟ ଦ୍ୱାରା ନିର୍ମିତ ସୌନ୍ଦର୍ଜ୍ୟକରଣ ପ୍ରକଳ୍ପର ଲୋକାର୍ପଣ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭାଗୀୟ ଅବ୍ୟବସ୍ଥା ବେଶ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ଆଭାସି ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ଭାଷଣ ସିଧା ପ୍ରସାରଣ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୋଣାର୍କ ଅଞ୍ଚଳବାସୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିନଥିଲେ । ଏହି କାର୍ଯ୍ୟକ୍ରମ କେବଳ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ସୀମିତ ଥିଲା । ଆମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ମଞ୍ଚ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ମଞ୍ଚରେ ଥିବା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇନଥିଲା କି ମଞ୍ଚକୁ କୌଣସି ଅତିଥିଙ୍କୁ ଆମନ୍ତ୍ରଣ କରାଯାଇନ ଥିଲା । ମଞ୍ଚ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବନ୍ଦର ଓ ଜଳପରିବହନ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଓ ସହ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଉଭୟ ସ୍ଥାନ ଛାଡି ଚାଲିଯାଇଥିଲେ । ଅନ୍ୟପକ୍ଷରେ ଚନ୍ଦ୍ରଭାଗା ବତୀଘର ସୌର୍ଯ୍ୟକରଣ କାର୍ଯ୍ୟରେ ଫେବର କାର୍ଯ୍ୟ ,ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଭଳି ଅନେକ କାର୍ଯ୍ୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଏହି ପ୍ରକଳ୍ପକୁ ଉଦ୍ଦଘଟନ କରାଇଲେ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଆମନ୍ତ୍ରଣ ସତ୍ତ୍ୱେ ଦୁହେଁ ଏହି କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ନାହିଁ ନଥିବା ଅବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ବନ୍ଦର ଓ ଜଳପରିବହନ ମନ୍ତ୍ରାଳୟର ଆଞ୍ଚଳିକ ପଦାଧିକାରୀ ମାନେ ଦୀର୍ଘ ସମୟ ଧରି ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିନଥିଲେ । ଫଳରେ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧି ମାନେ ବର୍ଜନ କରି ସ୍ଥାନ ଛାଡି ଚାଲି ଆସିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ତହସିଲ୍ ଦାର ଓ ଏନ୍ ଏ ସି ର ଚେୟରମେନ ସୁଶ୍ରୀ ସଂଯୁକ୍ତା ତ୍ରୀପାଠୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ