ସାଂସଦଙ୍କୁ ଅପମାନିତ କରିଥିବାରୁ ପରିଣାମ ସ୍ୱରୂପ ଜିଲ୍ଲାରୁ ବିଦା ହେଲେ ଜିଲ୍ଲାପାଳ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲାପାଳ ବାଲେଶ୍ଵର ସାଂସଦଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ତଳେ ବସିବାକୁ ଦେଇଥିଲେ। ପ୍ରଶ୍ନ କରିବାରୁ ଉତ୍ତରରେ କହିଥିଲେ ରେମୁଣା ବିଧାୟକ ମଧ୍ୟ ତଳେ ବସିଛନ୍ତି। ଆପଣ ବସିଲେ କ’ଣ ଅସୁବିଧା ହେଉଛି ? ଏହା କୌଣସି ବ୍ଯକ୍ତି ବିଶେଷଙ୍କର ଅପମାନ ନଥିଲା ଯାହାକି ଥିଲା ସଂସଦୀୟ କ୍ଷେତ୍ରର ୨୦ଲକ୍ଷ ଲୋକଙ୍କୁ ଅପମାନ। ଜିଲ୍ଲାପାଳ ଏହା ପୁର୍ବରୁ ସମାନ ଭାବେ ଅନ୍ୟ ଜନପ୍ରତିନିଧି ମାନଙ୍କୁ ଅସମ୍ମାନ କରିବାର ଅଭିଯୋଗ ଦୃଷ୍ଟିଗୋଚର ହୋଇଥିଲା। ବାଲେଶ୍ଵର ବାସୀଙ୍କର ଏହି ଅପମାନକୁ ସହଜରେ ଗ୍ରହଣ କରିପାରି ନଥିଲା ଭାରତୀୟ ଜନତା ପାର୍ଟି। ୨୧ ତାରିଖ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଜିଲ୍ଲାପାଳ ଅଫିସ୍ ଘେରାଉ ପରଠାରୁ ଜିଲ୍ଲାପାଳଙ୍କୁ ଗତିରୋଧ କରିଥିଲେ ଭାରତୀୟ ଜନତା ପାର୍ଟିର ସମର୍ପିତ କର୍ମୀମାନେ। ସାଂସଦ ପତ୍ର ମାଧ୍ୟମରେ ସଂଶ୍ଳିଷ୍ଟ ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ରାଜ୍ୟର ଉପରିସ୍ଥ ଅଧିକାରୀଙ୍କଠାରୁ ତାଗିଦ୍ ପାଇବା ପରେ ଜିଲ୍ଲାପାଳ ଦୁଇଦିନ ଧରି ଅନେକଥର ଚେଷ୍ଟା କରିଛନ୍ତି ସାଂସଦଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବା ପାଇଁ। ହେଲେ ସାଂସଦଙ୍କ ରୋକ୍ ଠୋକ୍ କଥା ଥିଲା ଏହା ମୋର ଅପମାନ ନୁହେଁ ସମଗ୍ର ଜିଲ୍ଲାବାସୀଙ୍କ ଅପମାନ, ସଂସଦୀୟ କ୍ଷେତ୍ରର ୨୦ଲକ୍ଷ ଲୋକଙ୍କ ଅପମାନ ତେଣୁ କ୍ଷମା ପ୍ରାର୍ଥନା ସାର୍ବଜନୀନ କରନ୍ତୁ ନହଲେ ଜିଲ୍ଲାରୁ ଅନ୍ୟତ୍ର ପଳାନ୍ତୁ। ବାଲେଶ୍ଵର ବିଜେପିର ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଓ ସାଂସଦଙ୍କ ପତ୍ର ଯୋଗୁଁ ବାଧ୍ୟ ହୋଇ ରାଜ୍ୟ ସରକାର ବାଲେଶ୍ଵର ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳିକଲେ। ଏହି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲା ବିଜେପି ଆଶା ରଖୁଛି କି ନୂଆକରି ଆସୁଥିବା ଜିଲ୍ଲାପାଳ ଏସବୁ ପ୍ରକରଣରୁ ଶିକ୍ଷା ନେଇ ଯଦି ଜିଲ୍ଲାପାଳ ଭାବେ କାର୍ଯ୍ୟ କରନ୍ତି ତେବେ ଆମେ ସ୍ବାଗତ କରିବୁ ଅନ୍ୟଥା ବିଜେଡ଼ିର ଠିକାଦାରୀ କଲେ ଜିଲ୍ଲା ବିଜେପି ତାର ପ୍ରତ୍ୟୁତର ଠିକ୍ ଢ଼ଙ୍ଗରେ ଦେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ