ମାତୃଶକ୍ତିର ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ମୋଦି ସରକାର

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ‘ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ’ ଅନ୍ତର୍ଗତ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ବକ୍ତାଗଣ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶର ମାତୃଶକ୍ତିର କଲ୍ୟାଣ ପାଇଁ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ବିଗତ ଚାରି ବର୍ଷରେ ମୋଦି ସରକାର ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଓଡିଶାର ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୧୩ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ମୋଦିଜୀ ଏହି ବର୍ଷ ଆର୍ଥୀକ ବଜେଟରେ ୩ କୋଟିରୁ ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ସଂକଳ୍ପ ନେଇଛନ୍ତି ଏବଂ ଓଡିଶାର ପ୍ରାୟ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରେ ଲକ୍ଷପତି ଦିଦି ହେବେ । ନମୋ ଡ୍ରୋନ ଦିଦି ମାଧ୍ୟମରେ ଏସ.ଏଚ.ଜି ମହିଳାଙ୍କୁ ସଶକ୍ତ କରିବା ପାଇଁ ଡ୍ରୋନପ୍ରଶିକ୍ଷଣ ଦିଆଯାଉଛି ଯାହାଦ୍ୱାରା ଗ୍ରାମୀଣ ମହିଳା ଆହୁରୁ ଆତ୍ମନିର୍ଭର ହୋଇ ପାରୁଛନ୍ତି । ମୋଦି ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ଲାଭାନ୍ୱିତ ଯୋଜନା କ୍ରିୟାନ୍ୱୟନ କରୁଥିବା ବେଳେ ଏଠି ରାଜ୍ୟ ସରକାର କେନ୍ଦ୍ର ଅର୍ଥକୁ ନିଜ ଯୋଜନା ନାମରେ ନାମିତ କରି ବାଃ ବାଃ ନେଉଛି । ସଶକ୍ତିକରଣ ନାମରେ ଗାଁ ଏବଂ ବସ୍ତିର ମା’ ମାନଙ୍କୁ ବିଜେଡି ସଭାକୁ ଯିବା ପାଇଁ ବାଧ୍ୟ କରାଯାଉଛି । ବିଜୁ ଜନତା ଦଳ ସରକାରରେ ମିଶନ ଶକ୍ତି ନାମରେ ରୋଜଗାର ଏକ ଭ୍ରମ ଏବଂ ମରୀଚିକାରେ ପରିଣତ ହୋଇଛି । ମିଶନ ଶକ୍ତିରେ ମୋଦିଜୀ ଦେଉଥିବା ଅର୍ଥକୁ ବିଜେଡି ନେତା ଏବଂ ବାବୁମାନେ ନିଜ ବ୍ୟକ୍ତିଗତ କାମ ପାଇଁ ବ୍ୟବହାର କରୁଛନ୍ତି ଏବଂ ନିଜର ସରକାରୀ ତନ୍ତ୍ର ଓ ବ୍ୟବସ୍ଥାକୁ ମାଧ୍ୟମରେ ମହିଳାଙ୍କ ହକ୍‌ର ପଇସାକୁ ଲୁଟୁଛନ୍ତି । ପରିଶେଷରେ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ଏମବିକେ, ସିଆରପି, ଭିଆରପି, ଏସଏଚଜି ଗ୍ରୁପର ସଭାପତି, ସ୍ୱଚ୍ଛସାଥୀ, ଆଶା, ଉଜ୍ୱଳା ଦିଦି ମାନଙ୍କୁ ସମ୍ମାନିତ କରିବା ସହିତ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ସୁଷମା ବିଶ୍ୱାଳ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତ୍ରୀ ରଶ୍ମିରେଖା ଦେବ, କାଉନସିଲର ସସ୍ମିତା ନାଥ, ପ୍ରତିମା ବେହେରା, ନିରୁପମା ଦାଶ, ଭାରତୀ ପାତ୍ର, ସସ୍ମିତା ଶୁକ୍ଳ, ସସ୍ମିତା ଦାଶ, ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ମଞ୍ଜୁ ଗାୟନ, ଶ୍ରୀୟା ଦାସ, ଆଶାଲତା ବାଡି, ବିଳାସିନି ଦାସ, ନସିମା ବିବି, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ବରିଷ୍ଠ ନେତା ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିଭୁପଦ ଦାସ, ଅନନ୍ତ ନାୟକ, ମଣ୍ଡଳ ସଭାପତି ତପନ ଗିରି, କାର୍ତ୍ତିକ ରାଉତ, ଅନୀଲ ପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସରପଞ୍ଚ ରବିନାରାୟଣ ପ୍ରଧାନ, ସମିତିସଭ୍ୟ ମାୟାଧର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ