ଆଡ଼ଗାଁ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆଡ଼ଗାଁ କ୍ଲଷ୍ଟରର ଶିକ୍ଷଣ ସାମଗ୍ରୀ ମେଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରିବା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବ୍ଳକର ସରକାରୀ ଗୋଷ୍ଠୀ ଶିକ୍ଷାକାରୀ ଏନ୍ ବିମଲ ଓ ଶିକ୍ଷକ ପ୍ରଶିକ୍ଷିକା ଏ ସନ୍ଧ୍ୟାରାଣୀ ଉଦଘାଟନ କରିଥିଲେ ଏଠାରେ ସି.ଆଉ. ସି.ସି.ଚ.ଭେଙ୍କେଟେଶ୍ଵରଲୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ଉକ୍ତ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ‌ହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରାୟ ୨୦୦ଟି ଶିକ୍ଷଣ ସାମଗ୍ର’ ପଦର୍ଶନ କରିଥିଲେ। ସଭାରେ ଅତିଥିମାନେ ଶ୍ରେଣୀ ଗୃହରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ବିଷୟରେ ବୁଝାଇଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବେଣୁ ଗୋପାଳ ପାଢ଼ୀ, ପ୍ରଶ୍ନ ପ୍ରଫୁଲ୍ଲ କୁମାର ରଥ, ପି ମୋହ‌ନ ରାଓ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ