ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ଖେଳ ପଡିଆରେ ‘ଡଗ୍’ ସୋ ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ରେ ଥୁବା ସେଞ୍ଚୁ ରିୟାନ ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅନ୍ତର୍ଗତ ସ୍କୁଲ ଅଫ ଭେଟେନେରୀ ଏବଂ ଆନିମାଲ ସାଇନ୍ତି ଭୁବନେଶ୍ଵର ଓଡ଼ିଶା କେନେଲ କ୍ଲବର ମିଳିତ ଆନୁକୂଲ୍ୟରେ ଡ଼ଗ୍ ସୋ ସିୟୁଟିଏମ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏହା ଗଜଜ୍ୟୋତି ୨୦୨୪ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଏକ ଅଂଶ ଭାବରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଉପ ସଭାପତି ପ୍ରଫେସର ଡି ଏନ୍ ରାଓ ଯୋଗ ଦେଇ ଡ଼ଗ୍ ସୋକୁ ଉଦଘାଟନ କରିଥିବା ବେଳେ ପ୍ରଫେସର ଆର.କେ.ସ୍ଵାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରଶାସକ ଡ଼. ଦୁର୍ଗା ପ୍ରସାଦ ପାଢ଼ୀ ପରିଚାଳନାକରିଥିଲେ। ଏହି ସୋରେ ଗୋଲଡେନ୍‌ଟ୍ରିଟ୍ରିଭର, ସେଣ୍ଡ୍‌ବର୍ଣଡ଼, ଲାବ୍ରାଡୋର ରିଟ୍ରିଭର, ଡାଗୁଣ୍ଡ, ପୋମେରାନିଆନ୍, କେନ୍ କୋର୍ସ, ରଟଫିଲର, ବକ୍ଟର, ବିଗଲ ସିହ୍ ଟୁଳ୍ମ, ନର୍ମାନ ସେଫେନ୍ଦ୍ର ଏବଂ ଅଣ- ବର୍ଣ୍ଣନାକାରି କୁକୁର ପରି ତିରିଶରୁ ଅଧୂକ ପ୍ରଜାରିର କୁକୁରଙ୍କୁ ଉପସ୍ଥାପନ କରା ଯାଇଥିଲା। ବିଚାରକ ଭାବେ ସୁ ବ୍ରତ ପୁଷ୍ଟି, ତ୍ ଏମ୍ ଜୀ ଜୟଥଙ୍ଗାରାଜ୍ ଓ ଡ଼ ବିମଳ କୁମାର ଚୌଧୁରୀ ଯୋଗ ଦେଇଥିଲେ । କୁକୁରଙ୍କୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଏବଂ ଆଜ୍ଞା ପାଳନ ପାଇଁ ନଗଦ ପୁରସ୍କାର ଏବଂ ମେମେଣ୍ଟ ଦେଇ ମୁରସ୍କୃତ କରାଯାଇଥିଲା । ଏଥିରେ ଭାଗ ନେଇଥିବା ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମଧ୍ୟ ଅଂଶ ଗ୍ରହଣ ପ୍ରମାଣ ପତ୍ର ଏବଂ ମୋମେଣ୍ଟସହିତ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ