ଆମେରିକା ଫିନିକ୍ସ ସହରରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମେରିକାର ଆରିଜୋନା ରାଜ୍ୟର ଫିନିକ୍ସ ସହରରେ ବିଶ୍ୱ ମାତୃଭାଷା ଦିବସ-୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧିମାନେ ଏବଂ ଭାରତର ଅନେକ ରାଜ୍ୟର ପ୍ରବାସୀ ଭାରତୀୟମାନେ ଏହି ଉତ୍ସବରେ ଯୋଗଦାନ କରି ନିଜ ମାତୃଭାଷାର ପ୍ରତନିଧିତ୍ୱ କରିଥିଲେ । ଏଥିରେ ଓଡ଼ିଶା ତଥା ଓଡ଼ିଆ ଭାଷାର ପ୍ରତିନିଧିତ୍ୱ କରିଥିଲେ ଉତ୍ତମ ବେହେରା, ସୁବାଶିଷ ସାମଲ, ମନୋରଞ୍ଜନ ଜେନା, ରିତିସ୍ନିଗ୍ଧା ଜେନା, ସୋନାଲି ଚାଟାର୍ଜୀ, କିଶୋର ଓ ସାଗରିକା ଦାଶ । ସେମାନେ ଦର୍ଶକମାନଙ୍କୁ ତଥା ଆମନ୍ତ୍ରିତ ବିଶେଷ ଅତିଥିବୃନ୍ଦଙ୍କୁ ଓଡ଼ିଆ ଭାଷା ଏବଂ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ ବିଷୟରେ ଅବଗତ କରାଇଥିଲେ ।ଏହି ପରିପ୍ରେକ୍ଷୀରେ ସ୍ମରିତା ଦଳାଇ, ମୋନାଲିସା ଗଡ଼ନାୟକ ତନୁଶ୍ରୀ ସ୍ୱାଇଁ ଓ ତୃପ୍ତି ଜେନାଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ମନମୁଗ୍ଧ କରିବା ସହ ଉଚ୍ଚ ପ୍ରଶଂସିତ ହୋଇଥିଲା । ଆମନ୍ତ୍ରିତ ବିଶେଷ ଅତିଥିମାନଙ୍କ ମଧ୍ୟରେ ଥିଲେ ଆରିଜୋନା ରାଜ୍ୟର ରିପ୍ରେଜେଣ୍ଟିଭ ଯେନିଫର ପାଲଲିକ, କେଭିନ ହଟିକେ ଓ ଟ୍ୱେସି ତ୍ରାଭିସ । ସେମାନେ ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିଥିଲେ ଏବଂ ପ୍ରତିନିଧିମାନଙ୍କୁ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ଆରିଜୋନା ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସଂସ୍ଥା ‘ଓଡ଼ିଆ ଆସୋସିଏସନ ଫର୍ ଆରିଜୋନା’ର କର୍ମକର୍ତ୍ତାମାନେ ଓଡ଼ିଶାର କଳା, ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ନିମନ୍ତେ ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ