ଆମ ବ୍ୟାଙ୍କ ସେବା ଉଦ୍‌ଘାଟିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତରେ ୟୁକୋ ବ୍ୟାଙ୍କ ସି.ଏସ୍‌.ପିକୁ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭର୍ଚ୍ଚୁଆଲ ମୋଡରେ ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ସବିତାରାଣୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଯୋଗ ଦେଇଥିଲେ । ଉଦ୍‌ଘାଟକ ଭାବେ ବିଡିଓ ପ୍ରଦୀପ କୁମାର ସେଠୀ ଯୋଗ ଦେଇ ସି.ଏସ୍‌.ପିକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କନିଷ୍ଠଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳ ଉପସ୍ଥିତ ଥିବା ବେଳେ ପିଇଓ ବିକାଶ ରାଉତ, ଜିଆରଏସ ସୁବୋଧ ରାଉତ, ପୂର୍ବତନ ପ୍ରଦୀପ୍ତ ନାୟକ, ନାଏବ ସରପଞ୍ଚ ରାଜେନ୍ଦ୍ର ବେହେରା, ଯୁବନେତା ଗୋବିନ୍ଦ ସାହୁ ସହଯୋଗ କରିଥିଲେ । ଏଥିରେ ଏମ୍‌.ବି.କେ, ସିଆରପି, ବ୍ୟାଙ୍କ ମିତ୍ର, ମିଶନଶକ୍ତି ମହିଳା, ୱାର୍ଡ ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ । ସେହିପରି ବଡ ବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତରେ ପିଇଓ ସଂଗୀତାରାଣୀ ପାଣିଗ୍ରାହୀ, ସରପଞ୍ଚ ପୁଷ୍ପାଞ୍ଜଳୀ ସ୍ୱାଇଁଙ୍କ ସଂଯୋଜନାରେ ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ