ନାଉଗାଁ ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହୟତା ଓ ଭତା ବଂଟନ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଓଡିଶା କୋଠାବାଡି ଏବଂ ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଂଟନ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ଭତା ବଂଟନ କରାଯାଇଛି । ବିଡିଓ ତପନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଯୋଜନା ଉପରେ ଗୁରୁତ୍ୱାରୋପ କରିବା ସହିତ ସହାୟତା ବଂଟନର ଶୁଭାରମ୍ଭ କରିଥିଲେ । ତାଙ୍କ ସହିତ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ଡଏଲସି ବାବା ଆନନ୍ଦ ରଂଜନ ଦାସ, ବ୍ଲକ ସାମାଜିକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌମ୍ୟଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଯୋଜନା ସଂର୍ପକରେ ଆଲୋକପାତ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିବାହ ସହାୟତାରେ ୩୩୦ଜଣ ହିତାଧିକାରୀଙ୍କୁ ୧କୋଟି ୬୪ଲକ୍ଷ ୭୫ହଜାର, ଶିକ୍ଷା ସହାୟତାରେ ୩୪୫ ଜଣଙ୍କୁ ୧୨୭ ଲକ୍ଷ ୯୧ହଜାର ୬୦୦ ଟଙ୍କା, ମୃତ୍ୟୁ ସହାୟତାରେ ୩୯ଜଣଙ୍କୁ ୭୭ଲକ୍ଷଙ୍କ ସହିତ ଅନ୍ୟାନ୍ୟ ସହୟତାକୁ ମିଶାଇ ୭୫୪ଜଣ ହତାଧିକାରୀଙ୍କୁ ୨କୋଟି ୭୧ଲକ୍ଷ ୫୧ ହଜାର ୬୦୦ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମଧୁବାବୁ ପେନସନ ଯୋଜନାରେ ୧୦୫୮ଜଣ ହିରତାଧିକାରୀଙ୍କୁ ନୂତନ ଭତା ଟଙ୍କା ପ୍ରଦାନ କରାଯାଇଛି । ଜଗତସିଂହପୁର ନିର୍ମାଣ ଶ୍ରମିକ ବିଭାଗ ପକ୍ଷରୁ ଏଏଲଓ ଶାନ୍ତନୁ କୁମାର ବ୍ରହ୍ମା ଓ ଏଏଲଓ ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ